Balasoreଅବିଭାଗିକୃତ
ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ

ବାଲେଶ୍ୱର: ବାଲେଶ୍ୱର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ। ଏନେଇ ତାଙ୍କୁ କେହି ହତ୍ୟା ଧମକ ଦେଇଥିବା ନେଇ ବାଲେଶ୍ୱର ଏସପିଙ୍କ ପାଖରେ ଅଭିଯୋଗ ଆଣିଲେ ଖୋଦ ବିଧାୟକ। ଗତକାଲି ସକାଳ ୮.୩୦ରୁ ୯ଟା ମଧ୍ୟରେ କେହି ଜଣେ ଦୃବୃତ୍ତ ଫୋନ କରି ତାଙ୍କୁ ହତ୍ୟା ଧମକ ଦେଇଥିଲା। ସୁପାରୀ କିଲର ସହିତ ୩ଜଣ ଏକ କାର ଯୋଗେ ହତ୍ୟା କରିବାକୁ ଆସୁଛନ୍ତି ବୋଲି କହିଥିଲା କଲ କରିଥିବା ଦୁର୍ବୃତ୍ତ ଜଣଙ୍କ। ଏହାପରେ ବିଧାୟକ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ପାଖରେ ଅଭିଯୋଗ କରିଥିଲେ ! ଘଟଣାର ତଦନ୍ତ କରି ଯାଜପୁର ପୋଲିସ ହତ୍ୟା ଧମକ ଦେଇଥିବା ତିନି ଦୃବୃତ୍ତକୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ତାଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଛି।