ଅମ୍ରିତସର: ସୋମବାର ସଂଧ୍ୟାରେ ବିଧି ବ୍ୟବସ୍ଥା ମଧ୍ୟରେ ଅମ୍ରିତସରର ୱାଘା ବର୍ଡରରେ ପତାକା ଅବତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଧ୍ୱଜାବତରଣ କରାଯାଇଛି। ଏହି ଅବସରରେ ବିଏସଏଫ ଜବାନ ଓ ପାକିସ୍ତାନୀ ରେଞ୍ଜର ଅଧିକାରୀଙ୍କ ମଧ୍ୟରେ ଶୁଭେଚ୍ଛା ଓ ଉପହାର ଆଦାନପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି।
ଏହି ପରମ୍ପରା ପ୍ରତିବର୍ଷ ୱାଘା ସୀମାରେ ପାଳିତ ହୋଇ ଆସୁଛି। ୧୯୫୯ ପରଠାରୁ ଏହା ଭାରତୀୟ ବିଏସଏଫର ଏକ ନିୟମିତ ମିଲିଟାରୀ ଏକ୍ସରସାଇଜ। ଏହି କାର୍ଯ୍ୟକ୍ରମ କାଳରେ ଉଭୟ ପକ୍ଷରୁ ବିରାଟ ଭିଡ ଅଟାରୀ ୱାଘା ସୀମାରେ ଦେଖିବାକୁ ମିଳିଥାଏ। ଏହି କାର୍ଯ୍ୟକ୍ରମ କାଳରେ ବହୁ ସାଂସ୍କୃତି ତଥା ଦେଶାତ୍ମବୋଧକ ନାଚ, ଗୀତ ପ୍ରଦର୍ଶନ କରାଯାଇଥାଏ।
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଏସଏଫ ପକ୍ଷରୁ ସୀମାରେ ଗତ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ସ୍କୁଲ କଲେଜ, ବିଭିନ୍ନ ସରକାରୀ ଅନୁଷ୍ଠାନ, ଏନଜିଓ ଉତ୍ସାହର ସହ ଭାଗନେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now