ବିଶ୍ବ କପ ପାଇଁ ସଜେଇ ହେଉଛି ଭୁବନେଶ୍ବର

ଭୁବନେଶ୍ୱର: ବିଶ୍ୱ କପକୁ ନଜରରେ ରଖି ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟକରଣ ପାଇଁ ଉଛେଦ ପକ୍ରିୟାରେ ସାମିଲ ହେଲା ୧୭ ସ୍ୱତନ୍ତ୍ର ସ୍କ୍ୱାଡ଼। ଭୁବନେଶ୍ୱର ରେ ଥିବା ୪ ଟି ଜୋନକୁ ୧୨ଟି ଇନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ଦିଆଯାଇଥିବା ବେଳେ ସ୍ମାର୍ଟ ସିଟିକୁ ଗୋଟିଏ ଦିଆଯାଇଛି। ଏଥି ମଧ୍ୟରୁ ବିଏମସି ପାଖରେ 4 ଟି ଟିମ ରହିଛି। ଏହି ଟିମ ସହରରେ ହେଉଥିବା ଟ୍ରାଫିକ ଭିଡ, ବେଆଇନ ଭାବରେ ଥିବା ଉଠା ଦୋକାନକୁ ସ୍ଥାନାନ୍ତର କରିବ।
ସେହିପରି ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ତାର ତଦାରଖ କରିବା ସହ ରାତିରେ ରାଜଧାନୀର ରାସ୍ତା ଉପରେ ସୋଇଥିବା ଲୋକମାନଙ୍କୁ ରାତ୍ରି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କାର୍ଯ୍ୟ କରିବ। ବିଶ୍ୱକପ ହକି ସାରିବା ପର୍ଯ୍ୟନ୍ତ ସହରର ସୌନ୍ଦର୍ଯ୍ୟ କରଣ ଟ୍ରାଫିକ ନିୟନ୍ତ୍ରଣ ଭଳି କାର୍ଯ୍ୟକୁ ତ୍ଵରାନିତ୍ଵ କରିବ ପାଇଁ ଅନବରତ ନିଜର କାର୍ଯ୍ୟ ସମ୍ପାଦନ କରିବ ଏହି ସ୍ୱତନ୍ତ୍ର ଟିମ। ଯାହା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଭୁବନେଶ୍ୱର ପ୍ରତି ଦୃଷ୍ଟି ଆକର୍ଷଣ କରିବ ବୋଲି କହିଛନ୍ତି ବିଡିଏର ଅତିରିକ୍ତ କମିଶନର ହରିଶ ଚନ୍ଦ୍ର ନାୟକ।