ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ

ବେଙ୍ଗାଲୁରୁ: ପ୍ରବଳ ବର୍ଷାରେ ବେହାଲ୍ ବେଙ୍ଗାଲୁରୁ । ଲଗାଣ ବର୍ଷାରେ ସହରର ଅଧିକାଂଶ ଅଞ୍ଚଳ ବୁଡ଼ି ଯାଇଛି। ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସହରରେ ଜଳବନ୍ଦୀ ଅବସ୍ଥା ଉପୁଜିଛି। ଚଳିତ ବର୍ଷା ୮ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି । ବର୍ଷା ଲାଗି ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଗୁରୁତର ଟ୍ରାଫିକ ସମସ୍ୟା ସାଙ୍ଗକୁ ରାସ୍ତାରେ ପାଣିର ସୁଅ ଛୁଟିଛି।
ରବିବାର ଦିନ ବେଙ୍ଗାଲୁରୁ ସହରରେ ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସହର। ଜଳବନ୍ଦୀ ସହରବାସୀ। ରାସ୍ତା ଘାଟକୁ ଦେଖିଲେ ଲାଗୁଛି ଛୁଟିଛି ନଦୀ ସୁଅ। ରାସ୍ତା ଉପରେ ଚାଲୁଛି ବୋଟ୍ । ଅନେକ ତଳି ଅଞ୍ଚଳର ଘରେ ଭରି ଯାଇଛି ପାଣି। ରାସ୍ତା ଉପରେ ଛୋଟ ଗାଡି ପାଣିରେ ବୁଡିବା ପରି ସ୍ଥିତି। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଦେଖାଦେଇଛି। ଜଳ ନିଷ୍କାସନ ଲାଗି ଯଦିଓ ବେଙ୍ଗାଲୁରୁ ମହାନଗର ପାଳିକା ପକ୍ଷରୁ ମୋଟର ଲଗାଯାଇଥିଲା। ହେଲେ ତାହା ଯଥେଷ୍ଟ ନୁହେଁ।
ଲୋକଙ୍କୁ ଉଦ୍ଧାର ଲାଗି ଏସଡିଆରଏଫର ୨ଟି ବାହିନୀକୁ ବି ନିୟୋଜିତ କରାଯାଇଥିଲା। ବିଶେଷ କରି ଆଇଟି କମ୍ପାନୀଗୁଡ଼ିକ ଅଧିକ କ୍ଷତି ସହିଛନ୍ତି। ଆଇଟି ପ୍ରଫେସନାଲ ଟ୍ରାକ୍ଟରରେ ଅଫିସ ଯିବା ଆସିବା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।