ଅବିଭାଗିକୃତ

ନାଗ ନାଗୁଣୀ ଉଦ୍ଧାର

ଭଦ୍ରକ: ଧରା ପଡିଛନ୍ତି ଦୁଇ ବିରଳ ନାଗ ନାଗୁଣୀ। ଦୀର୍ଘ ୫ ବର୍ଷ ଧରି ଠାକୁର ଘର ଏକ ଟ୍ରଙ୍କ ଭିତରୁ ବିରଳ ନାଗ ନାଗୁଣୀ ଆଜି ସାପ ଧରାଳୀଙ୍କ ଦ୍ଵାରା ଉଦ୍ଧାର ହୋଇଛନ୍ତି। ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ସରପଦା ଗାଁର ଶେଷ ମୁଣ୍ଡରେ ରତ୍ନାକର ଯେନାଙ୍କ ନୂଆଣିଆ ଚାଳଘରେ ଏକ ଟିଣ ବାକ୍ସରେ ୫ ବର୍ଷ ହେଲା ନାଗନାଗୁଣୀଙ୍କ ବାସଗୃହ ପାଲଟିଥିଲା। ରତ୍ନାକରଙ୍କ ପୁଅ ଆଜି ବାଡ଼ି ପଟେ ଯିବାବେଳେ ଏକ ବଡ଼ ନାଗସାପ ଗର୍ଜନ ଶୁଣି ଚିତ୍କାର କରିଥିଲା। ଗ୍ରାମବାସୀଙ୍କ ସହଯୋଗରେ ସ୍ନେକ ହେଲ୍ପ ଲାଇନର ଶେଖ୍ ମିର୍ଜାଙ୍କୁ ଯୋଗାଯୋଗ କରିବା ପରେ ବିଭିନ୍ନ ସ୍ଥାନରେ ଖୋଜିବା ପରେ ଶେଷରେ ଘର ବାହାରୁ ଠାକୁର ଘରକୁ ଏକ ଗାତ ଦେଖି ଠାକୁର ଘରେ ଖୋଜିବା ବେଳେ ନାଗ ନାଗୁଣୀଙ୍କୁ ଉଦ୍ଧାର କରିଥିଲେ।

Related Articles

Leave a Reply

Your email address will not be published.

Back to top button