ବିଏଚପି ବୈଠକରେ ଧର୍ମାନ୍ତରୀକରଣ, ଲଭ୍ ଜିହାଦ, ଗୋହତ୍ୟା ସହିତ ଅନ୍ୟ ବିଷୟ ଉପରେ ଆଲୋଚନା ହେବ – ମିଲିନ୍ଦ ପରାଣ୍ଡେ

Spread the love

ରାୟପୁର : ଧର୍ମାନ୍ତରୀକରଣ, ଲଭ୍ ଜିହାଦ, ଗୋହତ୍ୟା ଏବଂ ମନ୍ଦିରକୁ ସରକାରୀ ଅଧିଗ୍ରହଣରୁ ମୁକ୍ତ କରିବା ସହିତ ଧର୍ମାନ୍ତରୀକରଣ ବିରୋଧୀ ଆଇନ କେନ୍ଦ୍ର ଓ ରାଜ୍ୟରେ ଆସୁ ସେଥିପାଇଁ ପ୍ରୟାସ କରାଯିବ । ବିଶ୍ଵହିନ୍ଦୁ ପରିଷଦ(ବିଏଚପି)ର କେନ୍ଦ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ ଶୁକ୍ରବାର ଆୟୋଜିତ ଏକ ପ୍ରେସବାର୍ତାରେ ଏହା କହିଛନ୍ତି ।

ମିଲିନ୍ଦ ପରାଣ୍ଡେ କହିଛନ୍ତି ଯେ, କେନ୍ଦ୍ରୀୟ କମିଟିର ବୈଠକରେ ଏ ସମସ୍ତ ପ୍ରସଙ୍ଗକୁ ନେଇ ଯୋଜନା ତିଆରି ହେବ । ଦେଶବ୍ୟାପୀ ସମସ୍ତ ସନ୍ଥ ଜନ ଜାଗରଣ ଯାତ୍ରା କରିବେ । ବଜରଙ୍ଗ ଦଳର ଶୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ ହେବ । ବିଏଚପିର କେନ୍ଦ୍ରୀୟ ପରିଚାଳନା କମିଟୀ ବୈଠକ ଜୁନ୍ ୨୪ରୁ ରାୟପୁରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ତିନି ଦିନିଆ ବୈଠକରେ ସଂଗଠନର ୨୦୨୪ରେ ହେବାକୁ ଥିବା ୬୦ ବର୍ଷ ପୂର୍ତିର ଲକ୍ଷ୍ୟ ସ୍ଥିର କରାଯିବା ସହିତ ଏହାକୁ ସଫଳ କରିବା ନିମନ୍ତେ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ । ବିଏଚପି ନିଜର ସେବା କାର୍ଯ୍ୟକୁ ଗତି ଦେବା ସହିତ ଧର୍ମାନ୍ତରିକରଣ, ଲଭ୍ ଜିହାଦ, ଗୋ ହତ୍ୟା ଏବଂ ମନ୍ଦିରକୁ ସରକାରୀ ଅଧିଗ୍ରହଣରୁ ମୁକ୍ତ କରିବାକୁ ନେଇ ଆଲୋଚନା ହେବ ।

Leave a Reply

Your email address will not be published. Required fields are marked *