ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ପଠାରେ ସୂର୍ଯ୍ୟକିରଣ ଶୋ। ଆକାଶ ମାର୍ଗରେ ସାହସିକତା ପ୍ରଦର୍ଶନ କରୁଛନ୍ତି ଏରୋବେଟିକ୍ ଟିମ୍। ଏକା ସାଙ୍ଗରେ ଆକାଶରେ ଉଡୁଛି ୯ଟି ହକ ଲଢୁଆ ବିମାନ। ଲିଡ୍ ନେଉଛନ୍ତି ଗ୍ରୁପ୍ କ୍ୟାପଟେନ ଜି.ଏସ ଝେଲନ। ଭୂମିରୁ ୫୦୦ ରୁ ହଜାର ପୁଟ ଉପରେ ଘଣ୍ଟାକୁ ୧୬୦୦ କିମି ବେଗରେ କୌଶଳ ପ୍ରଦର୍ଶନ କରାଯାଉଛି। ରାଜଧାନୀ ଆକାଶରେ ଶୁଭୁଛି ଲଢୁଆ ବିମାନର ଗର୍ଜନ। ଶୋ ଦେଖିବାକୁ କୁଆଖାଇ ପଠାରେ ପ୍ରବଳ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି। ସେପଟେ ୧୮ରେ ପୁରୀରେ ଦମ୍ ଦେଖାଇବେ ବାୟୁବୀର। କର୍ଣ୍ଣାଟକରୁ ଆସିଛି ୧୧ଟି ଲଢୁଆ ହକ୍ ବିମାନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now