ଲୋକସଭା ନିର୍ବାଚନ ପୂର୍ବରୁ ଜନସମ୍ପର୍କ ଅଭିଯାନକୁ ଜୋର କଲା ବିଜେପି, ପଶ୍ଚିମବଙ୍ଗରେ ନେତାଙ୍କ ସମାବେଶ

Spread the love

କଲିକତା : ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ଜନସମ୍ପର୍କ ଅଭିଯାନ ପାଇଁ ଏହାର ଏକ ଅଂଶ ଭାବରେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ମଧ୍ୟ ଲୋକଙ୍କ ନିକଟରେ ପହଂଚିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଅଭିଯାନ ଜୁନ୍ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ରାଜ୍ୟରୁ ୧୬୦ ଜଣ ନିର୍ବାଚିତ ନେତାଙ୍କୁ ଦେଶର ବିଭିନ୍ନ ଅଂଚଳକୁ ପଠାଯାଉଛି । ପଶ୍ଚିମବଙ୍ଗରେ ଅଭିଯାନର ନେତୃତ୍ୱ ନେଉଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା, ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ବିହାର ବିଜେପିର ପୂର୍ବତନ ସଭାପତି ମଙ୍ଗଲ ପାଣ୍ଡେ ମଧ୍ୟ ତାଙ୍କ ସହ ଅଛନ୍ତି । ବର୍ତମାନ ହୁଗଲି, ବର୍ଦ୍ଧମାନ-ଦୁର୍ଗାପୁର, ବିଷ୍ଣୁପୁର ଏବଂ ବନଗାଓଁରେ ଏହି ଦୁଇଜଣଙ୍କ ନେତୃତ୍ୱରେ ବୈଠକ ଚାଲିଛି ।

Leave a Reply

Your email address will not be published. Required fields are marked *