ସିବିଆଇକୁ ମିଳିଲା ନୂଆ ୩୬ ଅଧିକାରୀ

Spread the love

ନୂଆଦିଲ୍ଲୀ : ସିବିଆଇର ସବ-ଇନ୍ସପେକ୍ଟର (ଏସଆଇ) ଟ୍ରେନିଙ୍କ ୨୫ତମ ଏବଂ ୨୬ତମ ବ୍ୟାଚର ଅଳଂକରଣ ସମାରୋହ ଉତ୍ତର ପ୍ରଦେଶର ଗାଜିୟାବାଦରେ ସିବିଆଇ ଏକାଡ଼େମୀରେ ଆୟୋଜିତ ହୋଇଛି । ଏଠାରେ ୩୬ ଅଧିକାରୀ ବଳରେ ସାମିଲ୍ ହୋଇଥିଲେ । ଏହି ଦୁଇ ବ୍ୟାଚ୍ ର ୩୬ ଅଧିକାରୀଙ୍କ ମଧ୍ୟରେ ୨୦ ଜଣ ବି-ଟେକ୍, ୨ ଜଣ ଏମ-ଟେକ୍ ଏବଂ ଅନ୍ୟ ୧୪ ଜଣ ପୋଷ୍ଟ ଗ୍ରାଜୁଏଟ, ସାଇନ୍ସ ଏବଂ ଆର୍ଟସ ଗ୍ରାଜୁଏଟ ସାମିଲ୍ ଅଛନ୍ତି ।

ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ସିବିଆଇର ଉଚ୍ଚ ମାନକୁ ବଜାୟ ରଖିବାକୁ କଠିନ ପରିଶ୍ରମ କରିବାକୁ ଯୁବ ଅଧିକାରୀମାନଙ୍କୁ ଆହ୍ଵାନ କରିଥିଲେ ।

Leave a Reply

Your email address will not be published. Required fields are marked *