ଓଡ଼ିଶାର ବାହାନଗା ବଜାର ରେଳ ଦୁର୍ଘଟଣାକୁ ନେଇ ମାମଲା ରୁଜୁ କଲା ସିବିଆଇ

Spread the love

ନୂଆଦିଲ୍ଲୀ : ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି । ରେଳ ମନ୍ତ୍ରଣାଳୟର ଅନୁରୋଧକ୍ରମେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶ ଏବଂ ଓଡ଼ିଶା ସରକାରଙ୍କ ସହମତି ଆଧାରରେ ସିବିଆଇ ଏହି ମାମଲା ରୁଜୁ କରିଛି । ଗତ 2 ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଠାରେ କରମଣ୍ଡଳ ଏକ୍ସପ୍ରେସ, ଯଶୱନ୍ତପୁର-ହାଓଡ଼ା ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା ।

ଏଥିପୂର୍ବରୁ ଏହି ରେଳ ଦୁର୍ଘଟଣାକୁ ନେଇ ଗତ 3 ତାରିଖରେ ବାଲେଶ୍ୱର ଜିଆରପି ଥାନାରେ ଏକ ମାମଲା (ଜିଆରପିଏସ ମାମଲା ସଂଖ୍ୟା 64ରେ) ରୁଜୁ ହୋଇଥିଲା। ଏବେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଛି । ସିବିଆଇର ଏକ ତଦନ୍ତକାରୀ ଦଳ ବାଲେଶ୍ୱର ଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ସିବିଆଇ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *