Koraputଅବିଭାଗିକୃତ

ଗୋଟିଏ ପଦବୀ ୨ ଅଧିକାରୀ

କୋରାପୁଟ: ଗୋଟିଏ ପଦବୀ କିନ୍ତୁ ୨ ଦାବିଦାର। ଆଉ ଏହି ପଦବୀକୁ ନେଇ ୨ ମହିଳା ଅଧିକାରୀ ଏବେ ମୁହାଁମୁହିଁ। କଥା ରାଜଧାନୀ ପର୍ଯ୍ୟନ୍ତ ପହଞ୍ଚିଲାଣି। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନସ୍ଥ କୋଟପାଡର ICDS କାର୍ଯ୍ୟାଳୟରେ ଦେଖା ଦେଇଛି ଏପରି ସ୍ଥିତି। ଏଠାକାର CDPO ପଦବୀକୁ ନେଇ ଦେଖା ଦେଇଛି ବିବାଦ। ଗୋଟିଏ ପଦବୀ ପାଇଁ ୨ ଜଣ ଦାବିଦାର ଥିବାରୁ ଉଭୟେ ଅଲଗା ଅଲଗା ରୁମରେ ବସୁଛନ୍ତି। ଆଉ ଏହା  ୧୫ ଦିନ ହେବ ଏଠାରେ ଏମିତି ଚାଲିଛି। ଫଳରେ ଉନ୍ନୟନ କାର୍ଯ୍ୟ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି। ଅଙ୍ଗନବାଡି କର୍ମୀମାନେ ମଧ୍ୟ ଦ୍ଵନ୍ଦରେ ପଡୁଛନ୍ତି ଯେ ସେମାନେ କେଉଁ ଅଧିକାରୀଙ୍କ ନିର୍ଦ୍ଦେଶକୁ ମାନିବେ। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଆଇସିଡିସି କାର୍ଯ୍ୟାଳୟରୁ। ସୂଚନା ଅନୁଯାୟୀ କୋଟପାଡ଼  ସିଡିପିଓ ସ୍ବର୍ଣ୍ଣଭା ଦାଶଙ୍କୁ  ନନ୍ଦାହଣ୍ଡି ସିଡିପିଓ ଭାବେ ବଦଳି ହୋଇଥିବା ତାଙ୍କ ସ୍ଥାନରେ  ନନ୍ଦାହାଣ୍ଡି ସିଡିପିଓ ସୁନିତା ଦେବୀଙ୍କୁ କୋଟପାଡ଼ ସିଡିପିଓ ଭାବେ ଦାୟୀତ୍ୱ ନେବା ପାଇଁ  ନିର୍ଦେଶ ହୋଇଛି। କିନ୍ତୁ ପୁରୁଣା ସିଡିପିଓ ନିଜ ପଦ ଛାଡି ରିଲିଭ ନ ହେବାରୁ ଏହି ସମସ୍ୟା ଦେଖା ଦେଇଛି।

Related Articles

Leave a Reply

Your email address will not be published.

Back to top button