ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଇ ଦିନିଆ ମାଲେସିଆ ଗସ୍ତ ଆଜି ଠାରୁ

Spread the love

ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦୁଇ ଦିନିଆ ମାଲେସିଆ ଗସ୍ତ ଆଜି ଠାରୁ ଆରମ୍ଭ ହେଉଛି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ମଜବୁତ କରିବା ଏହି ସରକାରୀ ଗସ୍ତର ଉଦ୍ଦେଶ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହା ଯାଇଛି ।

ରାଜନାଥ ସିଂହ ସେଠାରେ ମାଲେସିଆର ପ୍ରତିରକ୍ଷା ମନ୍ତ୍ରୀ ଦାତୋ ସେରି ମୋହମ୍ମଦ ହସନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତା କରିଛନ୍ତି । ଏହି କଥାବାର୍ତାରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସାମରିକ ସହଯୋଗକୁ ଦୃଢ କରାଯିବା ଉପରେ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *