ୟୁସିସିର କାର୍ଯ୍ୟାକାରିତାରେ ବିଳମ୍ବ ହେବା କ୍ଷତିକାରକ- ଉପରାଷ୍ଟ୍ରପତି

Spread the love

ଗ୍ୱୋହାଟୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ସମାନ ନାଗରିକ ସଂହିତା(ୟୁସିସି)ର କାର୍ଯ୍ୟାନ୍ୱୟନରେ ଆହୁରି ବିଳମ୍ବ ଆମର ମୂଲ୍ୟ ପାଇଁ କ୍ଷତିକାରକ ହେବ । ସମାନ ନାଗରିକ ସଂହିତା ଭାରତ ଏବଂ ତା’ର ରାଷ୍ଟ୍ରବାଦକୁ ଅଧିକ ପ୍ରଭାବି ଢଙ୍ଗରେ ବାନ୍ଧିବ । ଆମର ସଂପ୍ରଭୂତା ଏବଂ ପ୍ରତିଷ୍ଠାରେ ଖେଳିବାକୁ କାହାକୁ ଅନୁମତି ଦେଇପାରିବ ନାହିଁ ।

ଉପରାଷ୍ଟ୍ରପତି ଧନଖଡ଼ ମଙ୍ଗଳବାର ଦିନ ଆଇଆଇଟି ଗ୍ୱୋହାଟିର ୨୫ତମ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରୁଥିଲେ । ଉପରାଷ୍ଟ୍ରପତି ଏହି କଥା ଉପରେ ଜୋର୍ ଦେଇଛନ୍ତି ଯେ ରାଜ୍ୟର ନୀତି ନିର୍ଦ୍ଦେଶକ ତତ୍ୱ(ଡିପିଏସ୍ପି) ଦେଶର ଶାସନର ମୌଳିକ ଦାୟରା ଅଟେ । ତାଙ୍କୁ ନିୟମରେ ବାନ୍ଧିବା ଦେଶର କର୍ତବ୍ୟ ଅଟେ । ସେ କହିଛନ୍ତି ଯେ ପଂଚାୟତ, ସହକାରୀ ସମିତି ଏବଂ ଶିକ୍ଷାର ଅଧିକାରକୁ ପ୍ରତମ କାନୁନ୍ରେ ତବ୍ଦୀଲ କରାଯାଇଛି । ସେ କହିଛନ୍ତି ଯେ ଏବେ ସମ୍ବିଧାନର ଅନୁଚ୍ଛେଦ ୪୪କୁ ଲାଗୁ କରିବାର ସମୟ ଆସିଯାଇଛିି । ଭାରତର ଛବିକୁ ଭୂମିଲ କରିବାର ପ୍ରୟାସ ପ୍ରତି ଆଗାହ କରି ଉପରାଷ୍ଟ୍ରପତି ଧନଖଡ଼ ଜୋର୍ ଦେଇ କହିଛନ୍ତି ଯେ ଏବେ ସମୟ ଆସିଯାଇଛି ଭାରତ ବିରୋଧି ସମସ୍ତ ଗତିବିଧିକୁ ପ୍ରଭାବୀ ଢଙ୍ଗରେ ଖାରଜ କରାଯାଉ ।

Leave a Reply

Your email address will not be published. Required fields are marked *