ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ ପୋଲିସ ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦାଖଲ କରିଛି ଚାର୍ଜସିଟ

Spread the love

କିଛି କୁସ୍ତି ଯୋଦ୍ଧାଙ୍କ ଦ୍ୱାରା ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସ ରେସଲିଂ ଫେଡେରେଶନର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ଦିଲ୍ଲୀ ପୋଲିସ୍ PRO ସୁମନ ନାଲୱା କହିଛନ୍ତି ଯେ, ରେସଲିଂ ଫେଡେରେଶନର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆଇପିସିର ଧାରା 354, 354 ଡି, 354 ଏ ଅନୁଯାୟୀ ଚାର୍ଜସିଟ ଦାଖଲ କରାଯାଇଛି ।

ସେ କହିଛନ୍ତି ଯେ ପୋକସୋ ମାମଲାରେ ଅଭିଯୁକ୍ତ ପୀଡିତା ତଥା ପୀଡିତାଙ୍କ ପିତାଙ୍କ ବିବୃତ୍ତି ଆଧାରରେ ପୋଲିସ ବାତିଲ ରିପୋର୍ଟ ଦାଖଲ କରିଛି ।

ବିଗତ ଦିନରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ଗିରଫ ଦାବିରେ ଏକାଧିକ ନାମିଦାମି କୁସ୍ତିଯୋଦ୍ଧା ଦିଲ୍ଲୀରେ ଆନ୍ଦୋଳନ ଯାରି ରଖିଥିଲେ । ଏହାର ପ୍ରତିବାଦରେ ବ୍ରିଜ ଭୂଷଣ କହିଥିଲେ ଯେ, ତାଙ୍କ ନାଁ ରେ ଆସିଥିବା ସମସ୍ତ ଆରୋପ ସିଥ୍ୟା ଆଟେ । ଯଦି ଏହି ଆରୋପରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେ ଖୁସି ଖୁସି ଫାସିଖୁଣ୍ଟରେ ଝୁଲିଯିବେ ବୋଲି ମିଡିଆ ଆଗରେ କହିଥିଲେ ।

Leave a Reply

Your email address will not be published. Required fields are marked *