ଖରାପ ପାଗ ଯୋଗୁଁ ଇଣ୍ଡିଗୋ ଫ୍ଲାଇଟ୍ ଦୁଇ ଥର ପାକିସ୍ତାନ ଏୟାର ସ୍ପେସ୍ ରେ ପଶିଲା

Spread the love

ଚଣ୍ଡୀଗଡ଼ : ଖରାପ ପାଗ ଯୋଗୁଁ ଇଣ୍ଡିଗୋର ଶ୍ରୀନଗର-ଜମ୍ମୁ ଫ୍ଲାଇଟ୍ ୬-ଇ-୨୧୨୪ ରବିବାର ପାକିସ୍ତାନ ଏୟାର ସ୍ପେସ୍ ରେ ଦୁଇ ଥର ପ୍ରବେଶ କରିଯାଇଥିଲା । ଏହାପରେ ଏହି ଫ୍ଲାଇଟ୍ କୁ ଅମୃତସରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଇଣ୍ଡିଗୋ ଫ୍ଲାଇଟ୍ ପାକିସ୍ତାନ ଏୟାରବେସ୍ ରେ ପ୍ରବେଶ କରିବା ଘଟଣା ଦୁଇ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ଦୁଇ ଥର ଏପରି ହୋଇଛି । ତେବେ ଦ୍ଵିତୀୟ ଥର ରବିବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ଯେତେବେଳେ ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬-ଇ-୨୧୨୪ ଜମ୍ମୁ ଅଭିମୁଖେ ଉଡ଼ାଣ ଭରିଥିଲା । ୨୮ ମିନିଟ୍ ପରେ ଏହି ଫ୍ଲାଇଟ୍ ପାଗ ଖରାପ ହେବା କାରଣରୁ ଜମ୍ମୁ-କାଶ୍ମୀରର କୋଟେ ଜମୈଲ ରାସ୍ତାରେ ପାକିସ୍ତାନରେ ପ୍ରବେଶ କରିଥିଲା । ପ୍ରାୟ ୫ ମିନିଟ୍ ଧରି ଏହି ଫ୍ଲାଇଟ୍ ପାକିସ୍ତାନ ଏୟାର ସ୍ପେସ୍ ରେ ରହିଥିଲା ଏବଂ ସିୟାଲକୋଟ ହୋଇ ଜମ୍ମୁ ଅଭିମୁଖେ ଆସିଥିଲା ।

Leave a Reply

Your email address will not be published. Required fields are marked *