ଇ ସେବା କେନ୍ଦ୍ର – ଡିଜିଟାଲ୍ ବିଭାଜନକୁ ଦୂର କରିବା ସହିତ ସମସ୍ତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରୁଛି

Spread the love

ନୂଆଦିଲ୍ଲୀ : 25 ହାଇକୋର୍ଟ ଅଧୀନରେ 815 ଇ-ସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି, ଯାହା ସମସ୍ତ ହିତାଧିକାରୀଙ୍କୁ କୋର୍ଟର ନାଗରିକ-କେନ୍ଦ୍ରିକ ସେବା ତଥା ମାମଲା ସମ୍ବନ୍ଧୀୟ ସୂଚନାକୁ ସୁବିଧାଜନକ ଭାବରେ ପ୍ରଦାନ କରିବ।

ଇ-ସେବା କେନ୍ଦ୍ର ବିଷୟରେ: ଆଇନଜୀବୀ ତଥା ମକଦ୍ଦମାକାରୀଙ୍କୁ ଇ ଫାଇଲ୍ ସେବା ଯୋଗାଇ ଡିଜିଟାଲ୍ ବିଭାଜନକୁ ଦୂର କରିବା ପାଇଁ ଇ-ସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସମସ୍ତ ହାଇକୋର୍ଟ ଏବଂ ଗୋଟିଏ ଜିଲ୍ଲା କୋର୍ଟକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ କଭର କରି ଏହାକୁ ସମସ୍ତ କୋର୍ଟ କମ୍ପ୍ଲେକ୍ସକୁ ବିସ୍ତାର କରିବାକୁ ଯୋଜନା କରାଯାଇଛି । ଓକିଲ କିମ୍ବା ମକଦ୍ଦମାକାରୀଙ୍କୁ ସୁବିଧା କରିବା ଉଦ୍ଦେଶ୍ୟରେ କୋର୍ଟ କମ୍ପ୍ଲେକ୍ସର ପ୍ରବେଶ ପଏଣ୍ଟରେ ଇ-ସେବା କେନ୍ଦ୍ର ସ୍ଥାପନ କରାଯାଉଛି, ଯାହାର ସୂଚନା ଠାରୁ ଆରମ୍ଭ କରି ସୁବିଧା ଏବଂ ଇ ଫାଇଲ୍ ପର୍ଯ୍ୟନ୍ତ ଯେ କୌଣସି ପ୍ରକାରର ସହାୟତା ଆବଶ୍ୟକ, ଏସବୁ ଏଠାରେ ଉପଲବ୍ଧ ହୋଇପାରିବ।

30 ଅକ୍ଟୋବର 2020 ରେ, ମହାରାଷ୍ଟ୍ରର ନାଗପୁରରେ ଭାରତର ପ୍ରଥମ ଇ-ରିସୋର୍ସ କେନ୍ଦ୍ର ଉଦଘାଟନ କରାଯାଇଥିଲା। ଇ-ରିସୋର୍ସ ସେଣ୍ଟର “ନ୍ୟାୟ କୌଶଲ”ସୁପ୍ରିମକୋର୍ଟ ଭାରତ, ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ ଇ-ଦାଖଲ କରିବାରେ ସହଜ ହେବ। ଏହା ଅନଲାଇନ୍ ଇ-କୋର୍ଟ ସେବାରେ ପ୍ରବେଶ କରିବାକୁ ଆଇନଜୀବୀ ଏବଂ ମକଦ୍ଦମାକାରୀଙ୍କୁ ମଧ୍ୟ ସାହାଯ୍ୟ କରିବ ଏବଂ ଯେଉଁମାନେ ଟେକ୍ନୋଲୋଜି ପାଇଁ ଅର୍ଥ ପ୍ରଦାନ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ଏହା ସହାୟକ ହେବେ । ଏହା ସମୟ ସଞ୍ଚୟ କରିବା ସହିତ, ଜଟିଳତା ହ୍ରାସ କରିବ, ଦୂର ଦୂରାନ୍ତରେ ଯାତ୍ରା କରିବା ଏବଂ ସମଗ୍ର ଦେଶରେ ଇ-ଫାଇଲ୍ ସୁବିଧା ପ୍ରଦାନ କରି ଖର୍ଚ୍ଚ ସଞ୍ଚୟ କରିବା, ଶୁଣାଣି ପରିଚାଳନା, ସ୍କାନିଂ, ଇ-କୋର୍ଟ ସେବା ଆକ୍ସେସ୍ ଇତ୍ୟାଦିରେ ଲାଭ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *