ଲଦାଖରେ ଭୂକମ୍ପର ଝଟକା, ତୀବ୍ରତା ୩.୯

Spread the love

ଲେହ : କେନ୍ଦ୍ରଶାସିତ ଅଂଚଳ ଲଦାଖରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଛି । ଏହି ଭୂକମ୍ପର ତୀବ୍ରତା କମ୍ ଥିବାରୁ କ୍ଷୟକ୍ଷତି ସଂକ୍ରାନ୍ତୀୟ କୌଣସି ସୂଚନା ମିଳିନାହିଁ ।

ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁସାରେ, ଶୁକ୍ରବାର ସକାଳେ କେନ୍ଦ୍ରଶାସିତ ଅଂଚଳ ଲଦାଖରେ ୩.୯ ତୀବ୍ରତାର ଭୂକମ୍ପ ଆସିଥିଲା । ଭୂକମ୍ପର ଏହି ଝଟକା ପୂର୍ବାହ୍ନ ୧୦ଟା ୨୩ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା । ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୧୦ କି.ମି. ତଳେ ରହିଥିଲା । ଅଦ୍ୟାବଧି ଭୂକମ୍ପ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଅଧିକାଂଶ ଲୋକ ମଧ୍ୟ ଏ ବାବଦରେ ଜାଣିପାରିନାହାଁନ୍ତି । ଯେଉଁ ଲୋକମାନେ ଭୂକମ୍ପର ଏହି ଝଟକାକୁ ଅନୁଭବ କରିଥିଲେ ସେମାନେ ଜୀବନ ବିକଳରେ ନିଜ ନିଜ ଘରୁ ପଦାକୁ ବାହାରି ଆସିଥିଲେ ।

Leave a Reply

Your email address will not be published. Required fields are marked *