ଉତର ଭାରତରେ ଭୂକମ୍ପର ଝଟକା

Spread the love

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତର ଭାରତରେ ମଙ୍ଗଳବାର ଦିନ ଭୂକମ୍ପ ଝଟ୍ କା ଅନୁଭୂତ ହୋଇଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳ ସହ ମୋହାଲି, ପଞ୍ଚକୂଲା, ଜାମ୍ମୁ-କାଶ୍ମୀରରେ ଏହି ଭୂକମ୍ପ ଝଟ୍ କା ବିଶେଷ ଭାବେ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ସୂଚନା ମିଳିଛି ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଲୋକେ ଭୂକମ୍ପ ଅନୁଭବ କରି ଘର ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ତେବେ ଏଥିରେ ଧନସମ୍ପତି ହାନି ନେଇ ପୂରା ସୂଚନା ମିଳିପାରିନି । ପ୍ରାଥମିକ ସୂଚନା ମୁତାବକ, ଜମ୍ମୁ ଓ କଶ୍ମୀରର ଗଣ୍ଡୋ ଭାଲେସା ଠାରୁ ୧୮ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି ।

Leave a Reply

Your email address will not be published. Required fields are marked *