BalangirLatest Newsଅବିଭାଗିକୃତଓଡ଼ିଶା

ଓଡିଶା ପାୱାର ଟ୍ରାଂସମିସନ କର୍ପୋରେସନ ଲିମିଟେଡର ବିଦ୍ୟୁତ କର୍ମଚାରୀଙ୍କ ଧାରଣା

ବଲାଙ୍ଗିର – ଆଜି ସ୍ଥାନୀୟ ଲାଲଟିକ୍ରା ସ୍ଥିତ ଓପିଟିସିଏଲ୍ ଗ୍ରୀଡ ଓ ଡେପୁଟି ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓପିଟିସିଏଲ୍ ମ୍ୟାନେଜମେଂଟର ଶ୍ରମିକ ମାରଣ ଏବଂ ଟାଳଟୁଳ ନୀତି ବିରୁଦ୍ଧରେ ବଲାଙ୍ଗିରର ବିଦ୍ୟୁତ କର୍ମଚାରୀ ମାନେ କଳା ବ୍ୟାଚ୍ ପିନ୍ଧି ଧାରଣା ଦେଇଥିଲେ ।

ଶାଖାର ସଦସ୍ୟ ପବିତ୍ର ଖୁଂଟିଆ, ସମ୍ବିତ ପଣ୍ଡା, ଉଦ୍ଧବ କରନ, ଅମିତାଭ ଦାସ, ରାମକୁମାର ସା, ଶେଷବିନ୍ଦୁ ପ୍ରଧାନ, ଅମିୟ ପଶାୟତ, ଗୋକୁଳ ହାତୀ, ଶ୍ରୀଧର ପଣ୍ଡା, ବେଣୁଧର ସାହୁ, କମଳାକାନ୍ତ ରାଉତ, ଶିବପ୍ରସାଦ ମିସ୍ତ୍ରୀ, ସୁରେଶ ଭୋଇ, ସୂର୍ଯ୍ୟକାନ୍ତ ବାଗ, ହରିହର ପଧାନ ଓ ଅନ୍ୟମାନେ ଏହି ଧାରଣାରେ ସାମିଲ ଥିଲେ । ଯଦି ଆଗାମୀ ଦିନରେ ଏଥିପ୍ରତି ପଦକ୍ଷେପ ନିଆନଯାଏ, ତେବେ ଆସନ୍ତା ମଇ ୧୬ ତାରିଖରେ ଭୁବନେଶ୍ୱର ଓପିଟିସିଏଲ୍ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସାରା ଓଡ଼ିଶାର ବିଦ୍ୟୁତ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ବିଦ୍ୟୁତ କର୍ମଚାରୀ ଏକତା ମଂଚ ଆହ୍ୱାନ ଦେଇଛି ।

Related Articles

Leave a Reply

Your email address will not be published.

Back to top button