ଇଡ଼ି ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ : ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ବେଆଇନ ବୋଲି କହିଛନ୍ତି । ଜଷ୍ଟିସ ବି ଆର ଗାଭାଇଙ୍କ ନେତୃତ୍ୱରେ ଏକ ବେଞ୍ଚ ସଞ୍ଜୟ ମିଶ୍ରଙ୍କୁ ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଇଡ଼ି ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ପାଞ୍ଚ ବର୍ଷ ବଢ଼ାଇବକୁ କ୍ଷମତା ପ୍ରଦାନ କରୁଥିବା କୋର୍ଟ ଏହି ଆଇନକୁ ସମର୍ଥନ କରିଛନ୍ତି, କିନ୍ତୁ ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବଢ଼ାଇ କହିଛନ୍ତି ଯେ, ଆମେ ୨୦୨୧ ମସିହାରେ ନିର୍ଦ୍ଦେଶ ଦେଇଛୁ ଯେ, ତାଙ୍କ କାର୍ଯ୍ୟକାଳକୁ ଆହୁରି ବୃଦ୍ଧି କରାନଯାଉ । ତେଣୁ ବର୍ତ୍ତମାନ ସେ କେବଳ ୩୧ ଜୁଲାଇ ପର୍ଯ୍ୟନ୍ତ ନିଜ ପଦରେ ରହିପାରିବେ ।

Leave a Reply

Your email address will not be published. Required fields are marked *