ଭୁବନେଶ୍ୱର: ସରିଲା ଫୁଲ ଡ୍ରେସ ରିହର୍ସଲ। ଏଥିରେ ବାୟୁସେନା ପକ୍ଷରୁ ବିଭିନ୍ନ ପ୍ରକାର ଆକାଶ ମାର୍ଗରେ କୌଶଳ ପ୍ରଦର୍ଶନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡିଛି। ଦ୍ବିତୀୟ ପର୍ଯ୍ୟାୟରେ ଦୁଇଟି ଲେଖାଏ ବିମାନ ୧୬୦୦ କିମି ପ୍ରତି ଘଣ୍ଟା ବେଗରେ ୨୦୦ ରୁ ୩୦୦ଫୁଟ ଉଚ୍ଚରେ ସୋ ଦେଖାଇଛନ୍ତି। ବାୟୁସେନା ପକ୍ଷରୁ ଆୟୋଜିତ ସୂର୍ଯ୍ୟକିରଣ ଏୟାର ଶୋ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ୱର ବାଲିଯାତ୍ରା ପଡିଆ କୁଆଖାଇ ନଦୀପଠାରେ ଆସନ୍ତା କାଲି ଏୟାର ଶୋ ହେବାକୁ ଯାଉଛି। କର୍ଣ୍ଣାଟକରୁ ବୁଧବାର ୧୧ଟି ହକ ବିମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now