ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ୱାଏନାଡ ସାଂସଦ ରାହୁଲ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ୍ଡଗେ ପ୍ରମୁଖ ମଙ୍ଗଳବାର ଦିନ ୨୦୦୧ ପାର୍ଲିଆମେଣ୍ଟ ଆକ୍ରମଣର ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାହୁଲ ଏହି ଅବସରରେ କହିଛନ୍ତି କି, ସେମାନଙ୍କ ତ୍ୟାଗ ଓ ବଳିଦାନ ଆମକୁ ଦେଶ ମାତୃକାର ସେବା ପାଇଁ ସର୍ବସ୍ବ ଉତ୍ସର୍ଗ କରିବାର ପ୍ରେରଣା ଯୋଗାଉଛି।
କଂଗ୍ରେସ ନେତା ଟ୍ବିଟ କରି ଉଲ୍ଲେଖ କରିଛନ୍ତି କି, ୨୦୦୧ରେ ଦେଶର ପାର୍ଲିଆମେଣ୍ଟ ଉପରେ ହୋଇଥିବା ଆକ୍ରମଣ କାଳରେ ନିଜ ଜୀବନ ବଳି ଦେଇ ଦେଶ ମାତୃକାର ସମ୍ମାନ ରଖିଥିବା ବୀର ଯବାନଙ୍କ ପ୍ରତି ଦେଶବାସୀ ସର୍ବଦା ଋଣି ରହିବେ। ସେମାନଙ୍କ ତ୍ୟାଗ ଆମକୁ ପ୍ରେରଣା ଦେବ।
ପାର୍ଟିର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ୨୧ତମ ପାର୍ଲିଆମେଣ୍ଟ ଆକ୍ରମଣ ଦିବସ ଅବସରରେ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଜଣାଇଛନ୍ତି। ଏହି ଅବସରରେ ସୋନିଆଙ୍କ ସହ ତାଙ୍କ ଦଳର ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ୍ଡଗେ, ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ମଙ୍ଗଳବାର ପୂର୍ବାହ୍ନରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ପାର୍ଲିଆମେଣ୍ଟ ଆକ୍ରମଣର ୨୧ ବର୍ଷ ପୂର୍ତ୍ତି ଅବସରରେ ସହିଦ ହୋଇଥିବା ଯବାନ ଓ ଅନ୍ୟ ପୀଡିତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now