ତାଳଚେରରେ ଧୁମଧାମରେ ଗଣେଶ ପୂଜା

Spread the love

ଅନୁଗୁଳ: ଚଳିତ ବର୍ଷ ତାଳଚେରରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା। ୧୦୦ରୁ ଉର୍ଦ୍ଧ୍ଵ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଏଥି ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପୂଜାର୍ଚ୍ଚନା ଚାଲିଛି। ତାଳଚେରରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ମଣ୍ଡପରେ ଦର୍ଶନ ଦେବେ ପ୍ରଭୁ ବିଘ୍ନ ବିନାସକ । ୧୦ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପୂଜା ବନ୍ଦ ରହିଥିଲା। ଚଳିତ ବର୍ଷ ଧୂମଧାମରେ ପୂଜା ପାଳିତ ହେଉଥିବା ବେଳେ ପୁରା ସହର ଉତ୍ସବ ମୂଖର ହୋଇପଡିଛି। ସମସ୍ତ ପୂଜା କମିଟିର ସଦସ୍ୟ ବ୍ରାହ୍ମଣୀ ନଦୀରୁ ଜଳ ଆଣି ପୂଜା ମଣ୍ଡପ ନିକଟରେ ସ୍ଥାପନ କରିଥାନ୍ତି। ଏହା ପରେ ପୂଜା ବିଧି ଅନୁଯାୟୀ ଆରମ୍ଭ ହୋଇଥାଏ। କିଛି କିଛି ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ପୂଜା ଆରମ୍ଭ ହୋଇନାହିଁ ।  

Leave a Reply

Your email address will not be published. Required fields are marked *