ଲାକସଭାର ପୂର୍ବତନ ବାଚସ୍ପତି ମନୋହର ଯୋଶୀ ହିନ୍ଦୁଜା ଡାକ୍ତରଖାନାରେ ଭର୍ତୀ , ଚିକିତ୍ସା ଜାରି

Spread the love

ମୁମ୍ବାଇ :  ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତି କରାଯାଇଛି ।  ମନୋହର ଯୋଶୀ ଡାକ୍ତର  ଚାରୁଲାଟା ସାଙ୍ଖଲାଙ୍କ ନେତୃତ୍ୱରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୂଚନାନୁସାରେ, ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ହିନ୍ଦୁଜା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।  ମଙ୍ଗଳବାର ଦିନ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳର ସଭାପତି ଉଦ୍ଧବ ଠାକରେ ଏବଂ ତାଙ୍କ ପତ୍ନୀ ଡାକ୍ତରଖାନା ଯାଇ ମନୋହର ଯୋଶୀଙ୍କୁ ଭେଟିଥିଲେ । ମନୋହର ଯୋଶୀଙ୍କ ଅବସ୍ଥା ସ୍ଥିର ଥିବା କଥା କୁହାଯାଉଛି ।

Leave a Reply

Your email address will not be published. Required fields are marked *