ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଚ୍ଚାଚାର୍ଯ୍ୟଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର

Spread the love

କୋଲକତା : ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଚ୍ଚାଚାର୍ଯ୍ୟଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଚିକିତ୍ସିତ ହେଉଥିବା ୱୁଡଲ୍ୟାଣ୍ଡ ଡାକ୍ତରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଉଲ୍ଲେଖନୀୟ ଯେ, ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଚ୍ଚାଚାର୍ଯ୍ୟଙ୍କର ସ୍ୱାସ୍ଥ୍ୟ ଶନବିାର ଦିନ ହଠାତ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । । ତାଙ୍କୁ ଗ୍ରିନ କୋରିଡରର ବାଲିଗଁଜ ପାଖ ଏଭେନ୍ୟୁ ସ୍ଥିତ ବୁଦ୍ଧଦେବଙ୍କ ଘରନିକଟ ବର୍ତ୍ତୀ ଅଲିପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତାଙ୍କୁ ତାଙ୍କଘରେ ଏକ ଡାକ୍ତରି ଟିମ ଚିକିତ୍ସା କରିଥିଲେ । କିନ୍ତୁ ଏହି ଚିକିତ୍ସାରେ କିଛି ଉନ୍ନତି ପରିଲକ୍ଷିତ ନହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ମାନେ ତାଙ୍କର ଅବସ୍ଥା ଅତି ଖରାପ ଅଛି ବୋଲି କହିଥିଲେ । ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି କହିଛନ୍ତି ହସ୍ପିଟାଲ କର୍ତୃପକ୍ଷ ।

Leave a Reply

Your email address will not be published. Required fields are marked *