ମାଗଣା ଯୋଜନା ଅର୍ଥନୀତି ପାଇଁ କ୍ଷତିକାରକ: ଏସବିଆଇ

ମୁମ୍ବାଇ: ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାଗଣା ଦିଆଯାଉଥିବା ଉପହାର ଘୋଷଣା ଆଗାମୀ ଦିନରେ ଅର୍ଥବ୍ୟବସ୍ଥା ଉପରେ ଘାତକ ସାବ୍ୟସ୍ତ ହେବ। ଏସବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ରିପୋର୍ଟରେ ଏପରି ଚାଞ୍ଚଲ୍ୟକର କଥା କୁହାଯାଇଛି।ଏଥିସହ ରାଜ୍ୟର ସମସ୍ତ ଘରୋଇ ଉତ୍ପାଦ (ଜିଡିପି) ବା ରାଜ୍ୟର କର ସଂଗ୍ରହର ଏକ ପ୍ରତିଶତ ମଧ୍ୟରେ ସୀମିତ କରିବାକୁ ପରାମର୍ଶ ଦିଆଯାଇଛି।

ରାଜନୈତିକ ଦଳଗୁଡିକ ଦ୍ବାରା ଦିଆଯାଉଥିବା ମାଗଣା ଉପହାରକୁ ନେଇ ଜାରି ବିବାଦ ଭିତରେ ଏସବିଆଇର ଅର୍ଥଶାସ୍ତ୍ରୀମାନେ ଏକ ରିପୋର୍ଟରେ  ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏସବିଆଇର ମୁଖ୍ୟ ଆର୍ଥିକ ପରାମର୍ଶଦାତା ସୌମ୍ୟ କାନ୍ତି ଘୋଷ ଙ୍କ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ ମୁଖ୍ୟତଃ ତିନୋଟି ରାଜ୍ୟର ଉଦାହରଣ ଦିଆଯାଇଛି। ଏଥିରେ କୁହାଯାଇଛି କି, ଗରିବ ରାଜ୍ୟ ଶ୍ରେଣୀରେ ଆସୁଥିବା ଛତିଗଡ, ଝାରଖଣ୍ଡ ଓ ରାଜସ୍ଥାନରେ ବାର୍ଷିକ ମାଗଣା ବଣ୍ଟନରେ ଯାଉଛି ତିନି ଲକ୍ଷ କୋଟି ଟଙ୍କା।

ଏହି ସବୁ ରାଜ୍ୟର ରାଜସ୍ବର ପ୍ରତିଶତ ରୂପେ ଯଦି ପେନଶନକୁ ଦେଖାଯାଏ ତେବେ ଏହା ଆହୁରି ଅଧିକ ରହିଛି। ଝାରଖଣ୍ଡ ମାମଲାରେ ଏହା ୨୧୭ ପ୍ରତିଶତ ଓ ରାଜସ୍ଥାନରେ ଏହା ୧୯୦ ପ୍ରତିଶତ ଥିବା ବେଳେ ଛତିଶଗଡରେ ୨୦୭ ପ୍ରତିଶତ ରହିଛି। ଯେଉଁ ରାଜ୍ୟ ପୁରୁଣା ପେନଶନ ବ୍ୟବସ୍ଥା ପୁଣି ଲାଗୁ କରିବାକୁ ବିଚାର କରୁଛନ୍ତି, ସେସବୁ ମଧ୍ୟରେ ହିମାଚଳ ପ୍ରଦେଶରେ ରାଜସ୍ବ କର ତୁଳନାରେ ପେନସନ ଅନୁପାତ ୪୫୦ ପ୍ରତିଶତ ରହିଛି। ସେହିପରି ଗୁଜୁରାଟରେ ୧୩୮, ପଞ୍ଜାବରେ ୨୪୨ ପ୍ରତିଶତ ହେବ।

ତେଲେଙ୍ଗାନା ମାମଲାରେ ଏହି ପ୍ରକାର ଗ୍ୟାରେଣ୍ଟିର ଅଂଶ ଜିଡିପିର ୧୧.୭ ପ୍ରତିଶତ, ସିକିମରେ ୧୦.୮ ପ୍ରତିଶତ, ଆନ୍ଧରେ ୯.୮, ରାଜସ୍ଥାନରେ ୭.୧ ଓ ଉତ୍ତର ପ୍ରଦେଶରେ ୬.୩ ପ୍ରତିଶତ ରହିଛି। ଏସବୁ ଭିତରେ ବିଜୁଳି କ୍ଷେତ୍ର ପାଇଁ ୪୦ ପ୍ରତିଶତ ରହିଛି। ଅନ୍ୟ ଲାଭ ଯୋଜନାରେ କୃଷି, ଖାଦ୍ୟ ଆଦି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *