ଗଡକରୀ ଉତର ପ୍ରଦେଶରେ ୨୨୦୦ କୋଟିର ୫ଟି ଜାତୀୟ ରାଜମାର୍ଗର କଲେ ଶିଳାନ୍ୟାସ

Spread the love

ଲଖ୍ନୌ : ଉତର ପ୍ରଦେଶର ପ୍ରତାପଗଡ ଜିଲ୍ଲାରେ କେନ୍ଦ୍ରୀୟ ସଡକ ଏବଂ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରି ସୋମବାରଦିନ ୨୨୦୦ କୋଟି ଟଙ୍କାରୁ ଅଧିକ ୫ ଟି ରାଷ୍ଟ୍ରୀୟ ରାଜମାର୍ଗ ଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଗଡକରି କହିଛନ୍ତି ଯେ ଯୋଗୀଙ୍କ ନେତୃତ୍ୱରେ ଉତର ପ୍ରଦେଶରେ ସର୍ବାଙ୍ଗୀନ ବିକାଶ ହୋଇଛି । ଏବେ ପ୍ରତାପଗଡର ବିକାଶ ହେଉଛି । ପୁରା ଦେଶରେ ଉତର ପ୍ରଦେଶରେ ଆଇନ ଶୃଙ୍ଖଳା ଦେଖି ଗର୍ବ ଲାଗୁଛି । ଦେଶର ଜନତା ତଥା ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଉଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ୱପ୍ନ ଅଛି ଯେ କୌଣସି ଯୁବକ ବେରୋଜଗାରୀ ରହିବେ ନାହିଁ । ସମସ୍ତଙ୍କୁ ପିଇବା ପାଇଁ ପାଣି ମିଳିବ ଓ ଗରିବଙ୍କୁ ରୁଟି , କପଡା ଓ ଘର ମିଳିବ ।

Leave a Reply

Your email address will not be published. Required fields are marked *