ପାର୍ବଣ ଋତୁ ଆରମ୍ଭ

Spread the love

ଭୁବନେଶ୍ୱର: ଆରମ୍ଭ ହେଲା ପାର୍ବଣ ରୁତୁ। ଆଜି ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା। ଏଥିପାଇଁ ସାରା ସହର ଚଳଞ୍ଚଳ। ଦୁଇ ବର୍ଷ ପରେ ଏଥର ଜମିବ ଗଣେଶ ପୂଜା। କରୋନା କଟକଣା ହଟିଛି। ଭୁବନେଶ୍ୱର, କଟକ, ଜଟଣୀ, ରାଉରକେଲା, ବ୍ରହ୍ମପୁର ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ପୂଜାର ଆୟୋଜନ କରାଯାଇଛି। କେବଳ କଟକରେ ୧ ହଜାରରୁ ଅଧିକ ସ୍ଥାନରେ ପୂଜାର ଆୟୋଜନ ହୋଇଛି। ସେହିପରି ଶିକ୍ଷାନୁଷ୍ଠାନ, କ୍ଲବ ଏବଂ ବିଭିନ୍ନ ଅନୁଷ୍ଠାନରେ ବିନାୟକଙ୍କ ପୂଜା ହେଉଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସିଲା ଭଳି ମୂର୍ତ୍ତି ମୁଖ୍ୟ ଆକର୍ଷଣ ପାଲଟିଛି। ସେହିପରି ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *