ସନାତନ ଧର୍ମର ସମ୍ବର୍ଧନ ଓ ସନାତନ ପରମ୍ପରାକୁ ଆଗାମୀ ପୀଢୀ ଯାଏ ପହଞ୍ଚାଇବାରେ ରହିଛି ଗୀତା ପ୍ରେସର ଅଦ୍ୱିତୀୟ ଅବଦାନ – ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : କେନ୍ଦ୍ରୀୟ ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2021 ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରାପ୍ତ କରିବା କାରଣରୁ ଗୀତା ପ୍ରେସର ସମ୍ପୂର୍ଣ ଟିମକୁ ଶୁଭକାମନା ଜଣାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ 2021 ମସିହା ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥିବାରୁ ଗୀତା ପ୍ରେସର ସମ୍ପୂର୍ଣ ଟିମକୁ ହାର୍ଦିକ ଶୁଭକାମନା । ସନାତନ ଧର୍ମର ସମ୍ବର୍ଧନ ଓ ସନାତନ ପରମ୍ପରାକୁ ଆଗାମୀ ପୀଢୀ ଯାଏ ପହଂଚାଇବାକୁ ଗୀତା ପ୍ରେସର ଅଦ୍ୱିତୀୟ ଅବଦାନ ରହିଛି । ଗାନ୍ଧୀବାଦୀ ଆଦର୍ଶକୁ ଜନ ଜନ ଯାଏ ପହଞ୍ଚାଇବା ଏବଂ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାକୁ ଜାଗୃତ କରିବାରେ ଗୀତା ପ୍ରେସର ଅଥକ ପ୍ରଚେଷ୍ଟା ପାଇଁ ଏହି ପ୍ରତିଷ୍ଠିତ ପୁରସ୍କାର ଏକ ଉଚିତ ସମ୍ମାନ ଅଟେ ।

Leave a Reply

Your email address will not be published. Required fields are marked *