ଭାରତ-ଚୀନ୍ ସୀମାରେ ସରକାର ଫ୍ରି-ଡିସ ଏବଂ ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ଅଲ ଇଣ୍ଡିଆ ରେଡିଓ ପହଞ୍ଚରେ ଉନ୍ନତି ଆଣୁଛନ୍ତି : ଅନୁରାଗ ଠାକୁର

Spread the love

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ଯେ ଭାରତ-ଚୀନ୍ ସୀମାରେ ଥିବା ଗ୍ରାମଗୁଡିକର ଅପହଞ୍ଚ ଇଲାକାରେ ମାଗଣା ଦୂରଦର୍ଶନ ଡିଟିଏଚ୍‌? ସଂଯୋଗକୁ ମନ୍ତ୍ରଣାଳୟ ନିଶ୍ଚିତ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଦୁର୍ଗମ ଗ୍ରାମବାସୀଙ୍କ ସହ ଉନ୍ନତ ମୋବାଇଲ୍ ସଂଯୋଗ ଶୀଘ୍ର ସୁନିଶ୍ଚିତ ହେବ ଏବଂ ଏହି ଅଂଚଳଗୁଡିକ ସହିତ ଉନ୍ନତମାନର ସମସ୍ତ ପ୍ରକାର ଯୋଗାଯୋଗ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶୃତିବଦ୍ଧ ।

ଲେହଠାରୁ ପ୍ରାୟ ୨୧୧ କିଲୋମିଟର ଦୂରରେ ଥିବା ଲଦାଖର କରଜୋକ ଗ୍ରାମରେ ଗ୍ରାମବାସୀଙ୍କ ସହ ହୋଇଥିବା ଆଲୋଚନା ସମୟରେ ମନ୍ତ୍ରୀ ଏହା କହିଛନ୍ତି ।

ଉଲ୍ଲେଖ କରାଯାଇପାରେ ଯେ ଡିଡି ଫ୍ରିଡିଶ୍ ପ୍ଲାଟଫର୍ମ ମାଧ୍ୟମରେ ଦୂର ତଥା ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ହାସଲ କରିବାକୁ ସରକାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକରେ ୧.୫ ଲକ୍ଷ ମାଗଣା ଫ୍ରିଡିଶ୍ ସଂଯୋଗ ବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *