ଦିଲ୍ଲୀ ବିମାନ ବନ୍ଦର ଭିଡ କମାଇବାକୁ ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ବିମାନ ବନ୍ଦରରେ  ସମ୍ପ୍ରତି ଦୈନିକ ଯାତ୍ରୀଙ୍କ ସଂଖ୍ୟା ୪ ଲକ୍ଷକୁ ବୃଦ୍ଧି ପାଇଛି।  ମାତ୍ରାଧିକ ଭିଡକୁ ଦୃଷ୍ଟିରେ ରଖି ଭିଡ ଉପରେ ନିୟନ୍ତ୍ରଣ ପାଇବାକୁ ତଥା ଯାତ୍ରୀଙ୍କ ସୁବିଧା ପାଇଁ  ଏଭିଏସନ ମନ୍ତ୍ରଣାଳୟର ସଦ୍ୟତମ ଗାଇଡଲାଇନ ଓ ପରାମର୍ଶକୁ  ଲାଗୁ କରାଯାଇଛି। ବିମାନ ବନ୍ଦର କର୍ତ୍ତୃପକ୍ଷ ଟର୍ମିନାଲ ୩ରେ ସିକ୍ୟୁରିଟି ଚେକ , ଏଣ୍ଟି୍ର ଓ ଇମିଗ୍ରେସନ ପଏଣ୍ଟ ବ୍ୟବସ୍ଥା କରାଯାଇଛି।

ଭିଡ କମାଇବାକୁ ପ୍ରତ୍ୟେକ ଏଣ୍ଟ୍ରି ପଏଣ୍ଟରେ ଡିସ୍‌ପ୍ଲେ ବୋର୍ଡ ସହ ଲାଇଭ ଅପଡେଟ୍ସ ଓ ବିମାନ ସମ୍ପର୍କରେ ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦିଆଯାଉଛି। ଏହି ପଦକ୍ଷେପ ଫଳପ୍ରଦ ହୋଇଥିବା କହିଛନ୍ତି ଏୟାରପୋର୍ଟ ଅଧିକାରୀମାନେ।

ଦିଲ୍ଲୀ ବିମାନବନ୍ଦର ଭିତରେ ଭିଡ କମ କରିବାକୁ ୧୬ଟି ଏଣ୍ଟି୍ର ପଏଣ୍ଟରେ ବହୁ ଡିସ୍‌ପ୍ଲେ  ବୋର୍ଡ ଲଗାଯାଇ ସେଥିରେ ଯାତ୍ରୀଙ୍କ ଅପେକ୍ଷା ସମୟ ଜଣାଇଦିଆଯାଉଛି।  କେତେକ ଏଣ୍ଟ୍ରି ଗୋଡରେ ଯାତ୍ରୀଙ୍କୁ ୧୦ରୁ  ୧୫ ମିନିଟ ଅପେକ୍ଷା କରିବାକୁ ପଡୁଛି।

ପୂର୍ବରୁ ଦିଳ୍ଲୀ ବିମାନବନ୍ଦରରେ ୧୪ଟି ଗେଟ ଥିଲା, ଯାହାକୁ ବର୍ତ୍ତମାନ ବଢାଇ ୧୬ କରାଯାଇଛି। ପ୍ରତ୍ୟେକ ଗେଟରେ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।  ଡିସ୍ପ୍ଲେ ବୋର୍ଡ ମାଧ୍ୟମରେ ଯାତ୍ରୀଙ୍କୁ ବିମାନ ଅବତରଣ ଓ ଉଡାଣ ସମ୍ପର୍କିତ ସୂଚନା ଦିଆଯାଉଛି। ଏଥିସହ ଦିଲ୍ଲୀ ବିମାନବନ୍ଦର  ପକ୍ଷରୁ ଟ୍ବିଟର ଓ ଅନ୍ୟ ସୋସିଆଲ ମିଡିଆରେ ଯାତ୍ରୀମାନଙ୍କୁ ସମସ୍ତ ସୂଚନା ଦିଆଯାଉଛି।

ଏହା ବ୍ୟତୀତ, ଯାତ୍ରୀଙ୍କ ଯାଞ୍ଚ ପାଇଁ ଅଧିକ ଏକ୍ସରେ ମେସିନ ସିକ୍ୟୁରିଟି ଚେକ ପାଇଁ ସ୍ଥାପନ କରାଯାଇଛି।  କିଛି ବିମାନକୁ ପିକ ସମୟରେ ଟର୍ମିନାଲ ଏକ ଓ ଦୁଇକୁ ସ୍ଥାନାନ୍ତର କରାଯାଇଛି।  କୋଭିଡ ପୂର୍ବରୁ ଥିବା ୧୩ଟି ଅଟୋମାଟିକ ଟ୍ରେ  ରିଟ୍ରାଇଭାଲ ବ୍ୟବସ୍ଥାକୁ ବଢାଇ ୧୭ କରାଯାଇଛି। ମନ୍ତ୍ରଣାଳୟ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ସହ ଯୋଗାଯୋଗରେ ରହିଛି। ଏଥିସହ ବିମାନ ବନ୍ଦର କର୍ତ୍ତୃପକ୍ଷ, ଡିଜିସିଏ ଓ ସିଆଇଏସଏଫ ସହ ବୈଠକ କରୁଛି ବିଭାଗ। ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *