ହାଇଦ୍ରାବାଦରେ ଡିଲିମିଟେସନର ପରବର୍ତ୍ତୀ ବୈଠକ

ଜନଗଣନା ଆଧାରରେ କେନ୍ଦ୍ର ସରକାର କରିବାକୁ ଯାଉଥିବା ଡିଲିମିଟେସନ ପ୍ରକ୍ରିୟାକୁ ନେଇ ଚେନ୍ନାଇରେ ହୋଇଛି ପ୍ରଥମ ଜଏଣ୍ଟ ଆକ୍ସନ ବୈଠକ। ନିରପେକ୍ଷ ଓ ଉଚିତ୍ ସୀମା ପୁନଃନିର୍ଦ୍ଧାରଣ ସକାଶେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ୍ ଏକ ଲିଗାଲ ଏକ୍ସପର୍ଟ କମିଟି ଲାଗି ପ୍ରସ୍ତାବ ରଖିଛନ୍ତି। ଏଭଳି ରାଜନୈତିକ ମୁଦ୍ଦାକୁ ଆଇନଗତ ଉପାୟରେ ଲଢ଼ିବାକୁ ଅପିଲ୍ କରିଛନ୍ତି ଷ୍ଚାଲିନ୍। ଯଦି ସମସ୍ତେ ଏକାଠି ପ୍ରତିବାଦର ସ୍ୱରକୁ ଶାଣିତ କରିବା, ତା ହେଲେ ଯାଇ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଷ୍ଟାଲିନ୍। କୌଣସି ପରିସ୍ଥିତିରେ ଯେମିତି ଲୋକସଭାରେ ପ୍ରତିନିଧିତ୍ୱ କମ୍ ନ ହୁଏ, ସେଥିଲାଗି ଏକଜୁଟ୍ ହୋଇ ଲଢିବାକୁ ପଡ଼ିବ। ଯଦି ସଂସଦରେ ପ୍ରତିନିଧିତ୍ୱ କମେ, ତାହେଲେ ରାଜନୈତିକ ମଝଭୁତିରେ ବି ଦୁର୍ବଳତା ଆସିବ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି, କୌଣସି ରାଜ୍ୟ ସହ ବିନା ପରାମର୍ଶରେ କେନ୍ଦ୍ରର ଏଭଳି ଏକତରଫା ନିଷ୍ପତ୍ତିକୁ ବରଦାସ୍ତ କରାଯିବନି। କେବଳ ହୀନ ରାଜନୀତିକ ଉଦ୍ଦେଶ୍ୟ ରଖି ବିଜେପି ଏହାକୁ କରିବାକୁ ବସିଛି। ଏହି ପ୍ରକ୍ରିୟାରେ ନା ଅଛି ସାମ୍ୱିଧାନିକ ନା ଅଛି ଗଣତାନ୍ତ୍ରିକ ନୀତି। ଡିଲିମିଟେସନ ପ୍ରସଙ୍ଗକୁ ନେଇ ପରବର୍ତ୍ତୀ ଜଏଣ୍ଟ ଆକ୍ସନ କମିଟି ହାଇଦ୍ରାବାଦରେ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *