ୟୁସିସି ଲାଗୁ ହେଲେ ୫ ବର୍ଷ ପର୍ଯ୍ୟନ୍ତ ପିନ୍ଧିବି ଶାଢ଼ୀ, ଖାଇବିନି ମାଂସ – ସାଂସଦ ବଦରୁଦ୍ଦିନ ଅଜମଲ 

Spread the love

ଧୁବଡ଼ି(ଆସାମ): ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ)ର ଅଧ୍ୟକ୍ଷ ତଥା ସାଂସଦ ବଦରୁଦ୍ଦିନ ଅଜମଲ କହିଛନ୍ତି ଯେ, ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେଲେ ୫ ବର୍ଷ ପର୍ଯ୍ୟନ୍ତ ଶାଢ଼ୀ ପିନ୍ଧିବା ଏବଂ ମାଂସ ନଖାଇବା ନେଇ ପ୍ରତିଜ୍ଞା ନେଇଛି । ସେହିପରି ଆସାମରେ ବହୁ ବିବାହ ଉପରେ କଟକଣା ଲଗାଯିବା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଡଃ. ହେମନ୍ତ ବିଶ୍ୱଶର୍ମାଙ୍କ କଥାକୁ ସେ ସମର୍ଥନ କରିଛନ୍ତି ।

ଗୁରୁବାର ଧୁବଡ଼ି ଠାରେ ଆୟୋଜିତ ଏକ ରାଲିରେ ଯୋଗଦେଇ ସାଂସଦ ବଦରୁଦ୍ଦିନ ଅଜମଲ କେନ୍ଦ୍ର ସରକାରଙ୍କ ୟୁସିସି ଲାଗୁ କରିବା ନେଇ ପ୍ରଚେଷ୍ଟାକୁ କଡ଼ା ବିରୋଧ କରିଛନ୍ତି । ଏଆଇୟୁଡିଏଫ ନେତା ଅଜମଲ କହିଛନ୍ତି ଯେ, ମୋଦି ସରକାର ସମାନ ନାଗରିକ ସଂହିତାକୁ ଲାଗୁ କରିବା ପାଇଁ ସଂସଦରେ ପ୍ରସ୍ତାବ ପାରିତ କରିବାକୁ ଲାଗି ପଡିଛନ୍ତି । 

Leave a Reply

Your email address will not be published. Required fields are marked *