ମୋଦିଙ୍କ ହେଲିକ୍ୟାପ୍ଟର ପାଖରେ ଉଡିଲା କଲା ବେଲୁନ୍,,, ଦେଖନ୍ତୁ ଭିଡ଼ିଓ

Spread the love

ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ନେଇ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି । ବିକ୍ଷୋଭକାରୀମାନେ ମୋଦୀଙ୍କ ହେଲିକ୍ୟାପ୍ଟର ନିକଟରେ କଳା ବେଲୁନ୍ ଛାଡିଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ବିଜୟୱାଡାରୁ ଯାତ୍ରା ଆରମ୍ଭ କରିଥିଲା ଠିକ ସେତିକିବେଳେ ଆକାଶରେ କଳା ବେଲୁନ୍ ଉଡ଼ୁଥିବାର ଦେଖାଯାଇଥିଲା l କଂଗ୍ରେସ କର୍ମୀମାନେ ଏହି ବେଲୁନଗୁଡିକ ଛାଡିଥିଲେ। ପ୍ରଧାନମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଯାଉଥିବା ସମୟରେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରିଥିବା ସହିତ ତାଙ୍କ ହାତରେ କଳା ବେଲୁନ୍ ଏବଂ ପ୍ଲାକାର୍ଡ ଥିବା ଦେଖାଯାଇଥିଲା l ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସ୍ଲୋଗାନ ଦେଉଥିଲେ।

ବିଜୟୱାଡା କମିଶନର କହିଛନ୍ତି ଯେ କିଛି କଂଗ୍ରେସ କର୍ମୀ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରୁ ବେଲୁନ୍ ଛାଡିଥିଲେ। ଏହି ମାମଲାରେ ଚାରିଜଣଙ୍କୁ ଗିରଫ କରାଯାଇଛି ଏବଂ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି । ଆଲୁରି ସୀତାରାମ ରାଜୁଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ପହଞ୍ଚିଥିଲେ। ସେ ଏହି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *