ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ଉପରେ, ରେଳ ଚଳାଚଳ ବନ୍ଦ

Spread the love

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଲ୍ଡ ରେଲୱେ ବ୍ରିଜ୍‌(ପୁରୁଣା ଯମୁନା ପୋଲ) ଉପରେ ଯମୁନା ନଦୀର ଜଳସ୍ତର ବିପଦ ସଂକେତ ୨୦୫.୩୩କୁ ପାର କରିଛି । ସୋମବାର ରାତି ୧୧ଟାରେ ଏଠାରେ ଜଳସ୍ତର ୨୦୬.୦୪ ମିଟରରେ ପହଞ୍ଚିଥିଲା । ଏହି କାରଣରୁ ଆଜି(ମଙ୍ଗଳବାର) ସକାଳେ ଛଅଟାରୁ ଏହି ବ୍ରିଜ୍ ଉପରେ ରେଳ ଚଳାଚଳ ବନ୍ଦ କରିଦିଆଯାଇଛି । ରେଳ ଚଳାଚଳ ନିଲମ୍ବୁତ କରିବାର ଘୋଷଣା ଉତର ରେଲୱେ କରିଛି ।

ରାଷ୍ଟ୍ରୀୟ ରାଜଧାନୀରେ ପାଣି ବଢୁଥିବା  ଯମୁନା ନଦୀର ରୌଦ୍ର ରୂପ ଦେଖି ଉପକୂଳ ଅଂଚଳ ବନ୍ୟାର ବିପଦ ଦେଖା ଦେଇଛି । ଉପକୂଳ ଅଞ୍ଚଳରେ ରହୁଥିବା ପରିବାର ପଳାୟନ ଆରମ୍ଭ କରିଦେଇଛନ୍ତି । ଭାରତ ପାଣିପାଗ ବିଜ୍ଞାନ ବିଭାଗ କହିଛି ଯେ ବର୍ତମାନ ଦିଲ୍ଲୀରେ  ବର୍ଷା ଜାରୀ ରହିବ ।

Leave a Reply

Your email address will not be published. Required fields are marked *