ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ୟୁନେସକ୍ୟାପ୍ ବିଶ୍ୱ ସର୍ବେକ୍ଷଣରେ ଭାରତର ଚମତ୍କାର ପ୍ରଦର୍ଶନ

Spread the love

ନୂଆଦିଲ୍ଲୀ : ଭାରତ କ୍ରମାଗତ ଭାବେ ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ପ୍ରଦାନରେ ନିଜର ପ୍ରତିବଦ୍ଧତା ଜାରି ରଖିଛି । ଯାହାର ପରିଣାମ ସ୍ୱରୂପ ନିକଟରେ ପ୍ରକାଶ ପାଇଥିବା ଡିଜିଟାଲ ଓ ଦୀର୍ଘସ୍ଥାୟୀ ବାଣିଜ୍ୟ ସୁବିଧା ଉପରେ ‘ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ ଆୟୋଗ (ୟୁନେସ୍କ୍ୟାପ)ର ସର୍ବେକ୍ଷଣରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି । ୨୦୨୩ ବର୍ଷ ପାଇଁ କରାଯାଇଥିବା ଏହି ସର୍ବେକ୍ଷରେ ୧୪୦ରୁ ଅଧିକ ଅର୍ଥବ୍ୟବସ୍ଥାକୁ ସାମିଲ କରାଯିବା ସହିତ ୬୦ଟି ବାଣିଜ୍ୟ ସୁବିଧା ପ୍ରଦାନ ପଦକ୍ଷେପକୁ ମୂଲ୍ୟାୟନ କରାଯାଇଥିଲା । ବିଶ୍ୱ ବାଣିଜ୍ୟ ସୁବିଧା ପ୍ରଦାନ ପ୍ରୟାସ ପାଇଁ ୨୦୨୧ରେ ୯୦.୩୨% ତୁଳନାରେ ୨୦୨୩ରେ ୯୩.୫୫%ର ପ୍ରଭାବୀ ସ୍କୋର ସହିତ ଭାରତ ଏହି ସର୍ବେକ୍ଷଣରେ ଅଗ୍ରଣୀ ଥିବା ଦର୍ଶାଯାଇଛି ।

ବିଭିନ୍ନ ଉପ ସୂଚକାଙ୍କରେ ଭାରତ ଅସାଧାରଣ ପ୍ରଗତି ହାସଲ କରିଥିବା ୨୦୨୩ ସର୍ବେକ୍ଷଣରେ କୁହାଯାଇଛି । ପାରଦର୍ଶିତା, ଔପଚାରିକତା, ସଂସ୍ଥାଗତ ବ୍ୟବସ୍ଥା ଓ ସହଯୋଗ ଏବଂ କାଗଜମୁକ୍ତ ବାଣିଜ୍ୟ ଭଳି ଚାରିଟି ପ୍ରମୁଖ କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ୧୦୦% ସ୍କୋର ହାସଲ କରିଛି । ବ୍ୟବସାୟିକ ପ୍ରକ୍ରିୟାକୁ ବାଧାମୁକ୍ତ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବଢ଼ାଇବା କ୍ଷେତ୍ରରେ ଭାରତ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛି ତାହାର ପ୍ରମାଣ ଏହି ସର୍ବେକ୍ଷଣରେ ପ୍ରତିଫଳିତ ହୋଇଛି । ଟୁରାଣ୍ଟ କଷ୍ଟମ୍ସ, ବାଣିଜ୍ୟ ସୁବିଧା ପ୍ରଦାନ ପାଇଁ ସିଙ୍ଗଲ ୱିଣ୍ଡୋ ଇଣ୍ଟରଫେସ୍ (ସ୍ୱିଫ୍ଟ), ତଥ୍ୟ ପ୍ରକ୍ରିୟାକରଣର ପ୍ରାକ୍ ଆଗମନ, ଇ-ସଞ୍ଚିତ୍, ସମନ୍ୱିତ ସୀମା ପରିଚାଳନା ଆଦି ଭାରତର କେତେକ ଅଭିନବ ତଥା ଫଳପ୍ରଦ ଡିଜିଟାଲ ପଦକ୍ଷେପ। ବାଣିଜ୍ୟ ସୁବିଧା ପ୍ରଦାନରେ ମହିଳାଙ୍କ ସମ୍ପୃକ୍ତି’’ ପାଇଁ ଭାରତର ସ୍କୋରରେ କ୍ରମାଗତ ଉନ୍ନତି ଦେଖିବାକୁ ମିଳିଛି । ଏହା ୨୦୨୧ରେ ୬୬.୭% ଥିବା ବେଳେ ୨୦୨୩ରେ ୭୭.୮%କୁ ବୃଦ୍ଧି ପାଇଛି । ଏଥିରୁ ବ୍ୟବସାୟ କ୍ଷେତ୍ରରେ ଲିଙ୍ଗଗତ ସମାବେଶିତା ଓ ସୁଧାରର ପ୍ରତିବଦ୍ଧତା ପ୍ରମାଣିତ ହେଉଛି।

Leave a Reply

Your email address will not be published. Required fields are marked *