୨୦୨୫ ଜାନୁଆରୀ ପହିଲାରୁ ନିର୍ମାଣ ହେବାକୁ ଥିବା ଏନ୨ ଓ ଏନ୩ ମୋଟର ଯାନ କ୍ୟାବିନରେ ଏୟାର କଣ୍ଡିସନ ଲଗାଇବା ବାଧ୍ୟତାମୂଳକ

Spread the love

ନୂଆଦିଲ୍ଲୀ : ଆଗାମୀ ୨୦୨୫ ଜାନୁଆରୀ ପହିଲା ପରେ ନିର୍ମାଣ ହେବାକୁ ଥିବା ଏନ୨ ଏବଂ ଏନ୩ ବର୍ଗର ମୋଟର ଯାନ କ୍ୟାବିନରେ ବାତାନୁକୂଳିତ ବା ଏୟାର କଣ୍ଡିସନ ସିଷ୍ଟମ ସଂଯୋଗ କରିବା ବାଧ୍ୟତାମୂଳକ ହେବ । ଏ ସଂକ୍ରାନ୍ତରେ ୧୦ ଜୁଲାଇ ୨୦୨୩ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ଜାରି କରାଯାଇଛି ।

ଏୟାର କଣ୍ଡିସନ ବ୍ୟବସ୍ଥା ଲାଗିବାକୁ ଥିବା କ୍ୟାବିନର ପ୍ରଦର୍ଶନ ପରୀକ୍ଷଣକୁ ଆଇଏସ ୧୪୬୧୮: ୨୦୨୨ ଅନୁଯାୟୀ କରାଯିବ, ଯାହାକି ବିଭିନ୍ନ ସମୟରେ ସଂଶୋଧନ କରାଯାଇଛି ।

ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ ଠାରୁ ୩୦ ଦିନ ମଧ୍ୟରେ ଅଂଶୀଦାରଙ୍କ ଠାରୁ ମତାମତ/ପରାମର୍ଶ ଲୋଡ଼ାଯାଇଛି ।

Leave a Reply

Your email address will not be published. Required fields are marked *