ପୁରୀ କୋଣାର୍କ ମେରାଇନ ରାସ୍ତା ସଲଘ୍ନ ବାଲୁଖଣ୍ଡ ଅଭ୍ୟାରଣ୍ୟରେ ବେଆଇନ ଭାବେ ଜମି ଜବର ଦଖଲ ହୋଇଥିବା ଅଭିଯୋଗ ଆଣିଛି ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି । ପୁରୀ ଆପ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବାଲୁଖଣ୍ଡ ଅଭ୍ୟାରଣ୍ୟ ରେ ଜମି ମାଫିଆ ମାତିଥିବା ସପଷ୍ଟ କରିଛି । ଜମି କିପରି ପ୍ଲଟିଂ କରାଯାଉଛି ଏବଂ ପ୍ରଶାସନ ଓ ସରକାର କଣ ପାଇଁ ନୀରବ ସାଜି ଏହି ସମସ୍ତ ଘଟଣା କୁ ଦେଖେଣାହାରୀ ସାଜି ଦେଖୁଛି, ସେନେଇ ପୁରୀ ଆପ ପକ୍ଷରୁ ପ୍ରଶ୍ନ କରାଯାଇଛି । ବିଦ୍ୟୁତ ବିଭାଗ କିପରି ଅଭ୍ୟାରଣ୍ୟ ମଧ୍ୟ କୁ ବିଦ୍ୟୁତ ସଂଯୋଗୀ କରଣ କରିଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି । ପୁରୀ ଜିଲ୍ଲା ପ୍ରଶାସନ ଓ ସରକାର ଏ ପ୍ରତି ଧ୍ୟାନ ଦେବା ସହ ବେଆଇନ ଭାବେ ଜବର ଦଖଲ କରିଥିବା ଜମି ମାଫିଆ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କୁହାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now