ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନକୁ ସୁପ୍ରିମକୋର୍ଟ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଶୁଣାଣି ସମୟରେ ପୀଡ଼ିତାଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣ ଏହି ମାମଲାରେ ଦିନକୁ ଦିନ ବିଚାର ପାଇଁ ଦାବି କରିଥିବାବେଳେ ଆଶିଷ ମିଶ୍ରଙ୍କ ଓକିଲ ମୁକୁଲ ରୋହତଗୀ ଦିନିକିଆ ଶୁଣାଣି ଦାବିକୁ ବିରୋଧ କରିଥିଲେ । ଏପ୍ରିଲ ୨୪ ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିର ଗତି ଉପରେ ସନ୍ତୁଷ୍ଟ ପ୍ରକାଶ କରିଥିଲେ । ଜାନୁଆରୀ ୨୫ ରେ ସୁପ୍ରିମକୋର୍ଟ ଆଶିଷ ମିଶ୍ରଙ୍କୁ ୮ ସପ୍ତାହ ପାଇଁ ମଧ୍ୟବର୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇବାର ଏକ ସପ୍ତାହ ମଧ୍ୟରେ ଉତର ପ୍ରଦେଶ ଛାଡିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ଯେ ଆଶିଷ ମିଶ୍ର ଉତରପ୍ରଦେଶ କିମ୍ବା ଦିଲ୍ଲୀରେ ରହିପାରିବେ ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now