ଲୋକସଭାରେ ଗୃହୀତ ହେଲା ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଲ୍ – ୨୦୨୩

Spread the love

ନୂଆଦିଲ୍ଲୀ : ଲୋକସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଧେୟକ – ୨୦୨୩ ଗୃହୀତ ହୋଇଛି । ଆନ୍ତଃ ସେବା ସଂଗଠନ ବା ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ) ଅର୍ଥାତ୍‌ ତିନି ସେନାବାହିନୀରେ କାର୍ଯ୍ୟରତ ଥିବା କିମ୍ବା ସମ୍ପୃକ୍ତ ଥିବା କର୍ମଚାରୀଙ୍କ ଉପରେ ସମସ୍ତ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କ୍ଷମତାକୁ କାର୍ଯ୍ୟକାରୀ କରିବା ଲାଗି କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ସଶକ୍ତ କରିବା କରିବା ନିମନ୍ତେ ବିଲରେ ବ୍ୟବସ୍ଥା ରହିଛି ।

ବର୍ତ୍ତମାନ ସଶସ୍ତ୍ର ବାହିନୀର କର୍ମଚାରୀମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ଆଇନ – ସେନା ଆଇନ ୧୯୫୦, ନୌସେନା ଆଇନ ୧୯୫୭ ଏବଂ ବାୟୁସେନା ଆଇନ ୧୯୫୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହେଉଛନ୍ତି । ଏହି ବିଲ୍ ପ୍ରଣୟନ ଦ୍ୱାରା ବିଭିନ୍ନ ପ୍ରକାରର ବାସ୍ତବ ଲାଭ ମିଳିପାରିବ, ଯଥା ଆଇଏସ୍ଓ ଦ୍ୱାରା ଆନ୍ତଃସେବା ପ୍ରତିଷ୍ଠାନରେ ପ୍ରଭାବଶାଳୀ ଶୃଙ୍ଖଳା ବଜାୟ ରଖିବା ସମ୍ଭବ ହେବ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଧୀନରେ କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ସେବା ୟୁନିଟକୁ ଫେରାଇ କରିବାର ଆବଶ୍ୟକତା ରହିବ ନାହିଁ । ଅସତ୍‌ ଆଚରଣ କିମ୍ବା ଶୃଙ୍ଖଳାଭଙ୍ଗ ମାମଲାର ତ୍ୱରିତ ସମାଧାନ ହୋଇପାରିବ ତଥା ଏକାଧିକ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇ ଜନସାଧାରଣଙ୍କ ଅର୍ଥ ଓ ସମୟ ସଞ୍ଚୟ କରଯାଇପାରିବ ।

ଏହି ବିଲ୍ ତିନି ସେନା ମଧ୍ୟରେ ଅଧିକ ସମନ୍ୱୟ ଏବଂ ସଂଯୋଜନ ପାଇଁ ବାଟ ଖୋଲିବ । ଆଗାମୀ ଦିନରେ ଯୁଗ୍ମ ଢାଞ୍ଚା ଗଠନ ଏବଂ ସଶସ୍ତ୍ର ବାହିନୀର କାର୍ଯ୍ୟରେ ଆହୁରି ଉନ୍ନତି ଆଣିବା ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବ ।

ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଦେଶକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଆରମ୍ଭ କରିଥିବା ସାମରିକ ସଂସ୍କାରର ଏହା ଏକ ଅଂଶବିଶେଷ । ଭବିଷ୍ୟତର ଆହ୍ୱାନକୁ ସମନ୍ୱିତ ଢଙ୍ଗରେ ମୁକାବିଲା କରିବା ଲାଗି ତିନି ସେନାବାହିନୀ ମଧ୍ୟରେ ସମନ୍ୱୟ ଓ ସଂଯୋଜନ ଆଣିବା ଦିଗରେ ଏହି ବିଲ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରତିରକ୍ଷା ମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

Leave a Reply

Your email address will not be published. Required fields are marked *