ପ୍ରାକୃତିକ କୃଷିକୁ କରାଯାଉଛି ପାଠ୍ୟକ୍ରମର ଅଂଶ- ତୋମର

Spread the love

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଏବଂ କିସାନ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ପ୍ରାକୃତିକ କୃଷି ପାଇଁ ଅଲଗା ପାଠ୍ୟକ୍ରମ ପ୍ରସ୍ତୁତି କରି କୃଷି ଶିକ୍ଷାରେ ଯୋଡ଼ା ଯାଉଛି, ଯାହା ନିଶ୍ଚିତ ରୂପରେବର୍ତମାନ ଆବଶ୍ୟକତାର ଅନୁରୂପ ହେବ ।

ତୋମର ସୋମବାର ଦିନ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ, ପୁସାର ଅନ୍ତରାଷ୍ଟ୍ରୀୟ ଛାତ୍ରାବାସ ମଧୁମାସର ଶୁଭାରମ୍ଭ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନ୍ଇପି) ଦେଶରେ ଆସିଛି, ଯାହାର ସମାବେଶ କୃଷି ଶିକ୍ଷାରେ ହେଉ, ଏଥିପାଇଁ ଯଥେଷ୍ଟ କାମ କରାଯାଇଛି, ଯାହା ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ବହୁତ ସାହାଯ୍ୟସିଦ୍ଧ ହେବ ।

କୃଷି କ୍ଷେତ୍ରର ଆହ୍ୱାନ ଉପରେ ବିଜୟ ପ୍ରାପ୍ତ କରିବାକୁ ଏବଂ ଏହାର ସମାଧାନ ସହିତ ଦେଶ ଦୁନିଆର ଆବଶ୍ୟକତାର ପୂର୍ତି କରିବାରେ କୃଷକଙ୍କ ସହିତ ଆମର କୃଷି ବୈଜ୍ଞାନିକଙ୍କ ଭୂମିକା ମହତ୍ୱପୂର୍ଣ୍ଣ ଅଟେ ।

Leave a Reply

Your email address will not be published. Required fields are marked *