ମାଲ୍ଦୀବର ବିଦେଶ ମନ୍ତ୍ରୀ ଦୁଇଦିନିଆ ଯାତ୍ରାରେ ଆଜି ପହଞ୍ଚିବେ ଭାରତ

Spread the love

ନୂଆଦିଲ୍ଲୀ : ମାଲଦୀବ ବିଦେଶ ମନ୍ତ୍ରୀ ଅବ୍ଦୁଲା ଶାହିଦ ଭାରତର ଦୁଇଦିନିଆ(୧୧-୧୨ ଜୁଲାଇ) ଆଧିକାରିକ ଯାତ୍ରାରେ ଆଜି ନୂଆଦିଲ୍ଲୀ ପହଞ୍ଚିବେ । ବିଦେଶ ମନ୍ତ୍ରାଳୟ ଅନୁଯାୟୀ ଶାହିଦର ଯାତ୍ରା ଦୁଇ ପକ୍ଷ ପକ୍ଷରୁ ଉଚ୍ଚସ୍ତରୀୟ ଯାତ୍ରାର ଶୃଙ୍ଖଳାର ନିରନ୍ତରତାକୁ ଦର୍ଶାଉଛି । ଏଥିରେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗକୁ ଆହୁରି ଗତି ମିଳିବାର ଆଶା ଅଛି ।

ଉାଲଦୀବ ବିଦେଶ ମନ୍ତ୍ରୀ ଶାହିଦ ନିଜ ନିଜର ହିତର ଦ୍ୱିପକ୍ଷୀୟ, କ୍ଷେତ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ବିଷୟ ଉପରେ ଚର୍ଚ୍ଚା ପାଇଁ ବିଦେଶ ମନ୍ତ୍ରୀ ଡା. ଏସ୍. ଜୟଶଙ୍କରଙ୍କ ସହିତ ସାକ୍ଷାତ କରିବେ । ଦୁଇ ମନ୍ତ୍ରୀ ଭାରତୀୟ ଅନୁଦାନ ସହାୟତା ଭାବେ ପରିଯୋଜନା ବିକାସ ସମଝୋତାର ଆଦାନ ପ୍ରଦାନର ମଧ୍ୟ ସାକ୍ଷୀ ହେବେ ।

Leave a Reply

Your email address will not be published. Required fields are marked *