ଜଳବନ୍ଦୀରେ ଅନେକ ରାଜ୍ୟ

Spread the love

ପ୍ରବଳ ବର୍ଷାରେ ଜଳବନ୍ଦୀରେ ଅନେକ ରାଜ୍ୟ। ମହାରାଷ୍ଟ୍ର ,ଗୁଜୁରାଟ, ଛତିଶଗଡରେ ସ୍ଥିତି ସଙ୍ଗୀନ। ପ୍ରବଳ ବର୍ଷା ଓ ପ୍ରଳୟଙ୍କରୀ ବନ୍ୟା ତାର କରାଳ ରୁପ ଦେଖାଇଛି । ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଜନଜବୀନ ଅସ୍ତବ୍ୟସ୍ତ ହୋଇପଡିଛି । ଜଳବନ୍ଦୀରେ ଜୀବନ କାଟୁଛନ୍ତି ଅନକେ ଲୋକ । ଚାରିଆଡେ ପାଣି ଆଉ ପାଣି । ଘର ଦୁଆର ରାସ୍ତା ଘାଟ ଖାଲି ପାଣି । ଆଖି ଖୋଲିଲେ ପାଣି ଛଡା ଆଉ କିଛି ନାହିଁ । ମହାରାଷ୍ଟ୍ର ,ଗୁଜୁରାଟ, ଛତିଶଗଡ. ରାଜସ୍ଥାନ , ମଧ୍ୟ୍ୟପ୍ରଦେଶ, ତେଲେଙ୍ଗାନା, କର୍ଣାଟକ , ଏବଂ କେରଳ ଭଳି ୨୫ ରାଜ୍ୟର  ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏହା ବାଦ ମହାରାଷ୍ଟ୍ରର ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି । ବର୍ତ୍ତମାନ ସୁଦ୍ଧା ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୮୪ ରେ ପହଞ୍ଚିଛି । ସରକାର ପୁର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲା ପ୍ରଶାସନ ତୟାର ଅଛି ଲୋକମାନଙ୍କୁ ସମସ୍ତ ପ୍ରକାର ସାହାର୍ଯ୍ୟ ସହଯୋଗ କରିବା ପାଇଁ । ଅନ୍ୟ ପଟେ ତେଲଙ୍ଗାନାନରେ ଗତକାଲି ୬୮.୨ ମିଲିମିଟର ବର୍ଷା ହୋଇଛି । ସେହପରି ଛତିଶଗଡରେ ୩୫ ଦଶମିକ ୮ ମିମି , ମହାରାଷ୍ଟ୍ରରେ ୪୩ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷାରେ ବେହାଲ ହୋଇଥିବା ସ୍ଥାନ ଗୁଡିକରେ ମଧ୍ୟ୍ୟରେ ମହାରାଷ୍ଟ୍ରର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଖରାପ ରହିଛି । ମହାରାଷ୍ଟ୍ରର ସବୁ ସ୍କୁଲ ବନ୍ଦ ରହିଛି । ଏହା ସହିତ ମୁମ୍ୱାଇ ୟୁନିଭରସିଟିରେ ହେବାକୁ ଥିବା ପରୀକ୍ଷା ବନ୍ଦ ହୋଇଛି ।

ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *