ଅବିଭାଗିକୃତ

ଖପ୍ରାଖୋଲ ବ୍ଳକରେ ମାଓ ବ୍ୟାନର

ବଲାଙ୍ଗିର: ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ମାଓ ବ୍ୟାନର । ବଲାଙ୍ଗିର ଜିଲ୍ଲାର ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ଦୀର୍ଘ ଦିନ ପରେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । ଖପ୍ରାଖୋଲ ଥାନା ଠାରୁ ୬ କିମି ଦୂର ଘୁମୁସର ବଜାରରେ ବଡବଡ ମାଓ ବ୍ୟାନର ଦେଖିବାକୁ ମିଳିଛି  । 

କିଛି ଦିନର ବ୍ୟବଧାନ ପରେ ପୁଣି ମାଓ ପ୍ରବଣ ଖପ୍ରାଖୋଲ ବ୍ଲକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ବରଗଡ- ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଛି। ପୋଷ୍ଟରରେ ସଂଗଠନର ୧୯ତମ ପ୍ରତିଷ୍ଠା ଦିବସ ଗାଁ ଗାଁ ରେ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ସେହିପରି ସଂଗଠନ ବିରୋଧିଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେବାପାଇଁ ମଧ୍ୟ ଚେତାବନୀ ଦେଇଛି ଲାଲବାହିନୀ ।

ଗତ ଜାନୁୟାରୀ ମାସରେ ଡିଭିଏଫ ଯବାନଙ୍କ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିଧନ ପରେ ଏହି ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓ । ଏବେ ପୁଣି ମାଓ ବ୍ୟାନର ଲାଗିବା ପରେ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଖବର ପାଇ ଲାଠୋର ପୋଲିସ ମାଓ ବ୍ୟାନର ଜବତ କରିଥିବା ସୂଚନା ମିଳିଛି  ।

Related Articles

Leave a Reply

Your email address will not be published.

Back to top button