ଅକସାଇ ଚୀନ୍ ନିକଟରେ ୩୧ ଜୁଲାଇରୁ ୫ ଅଗଷ୍ଟ ମେଗା ଲାଇଭ ଫାଇରିଂ ଏବଂ ପ୍ରଶିକ୍ଷଣ ଅଭ୍ୟାସ : ଏଲ୍ଏସି ଉପରେ ନୋ ଫ୍ଲାଇ ଜୋନ୍ ଜାରୀ

Spread the love

ନୂଆଦିଲ୍ଲୀ : ୧୯୬୨ ଯୁଦ୍ଧ ପରେ ଭାରତ ଚୀନ୍ ଅବୈଧ ଭାବେ କବଜା କରିଥିବା ବିବାଦୀୟ ଅକସାଇ ଚୀନ୍ ଅଞ୍ଚଳର ଆଖପାଖରେ ମେଗା ଲାଇଭ ଫାଇରିଂ ଏବଂ ପ୍ରଶିକ୍ଷଣ ଅଭ୍ୟାସ ପାଇଁ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ (ଏଲ୍ଏସି) ଉପରେ ନୋ ଫ୍ଲାଇ ଜୋନ୍ ଜାରୀ ହୋଇଛି । ଏହି ପ୍ରଶିକ୍ଷଣ ଅଭ୍ୟାସ ୩୧ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ହେବ ।

ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଏଲଓସି ରେ ଚୀନ୍ ର ସୈନ୍ୟ ଗତିବିଧି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ସେନା ମୁଖ୍ୟ ଜନରଲ ମନୋଜ ପାଣ୍ଡେ ସମ୍ପ୍ରତି ଚୀନ୍ ଓ ପାକିସ୍ତାନ ସୀମାକୁ ଯାଇ ଅଗ୍ରୀମ ଅଞ୍ଚଳ ଗୁଡିକର ସମୀକ୍ଷା କରୁଛନ୍ତି ।

Leave a Reply

Your email address will not be published. Required fields are marked *