ବିଦେଶ ମନ୍ତ୍ରାଳୟ, ଜି-୨୦ ବୈଠକ ସହ ଜଡିତ ଗୋପନୀୟ କାଗଜପତ୍ର ପାକିସ୍ତାନ ପଠାଇଥିବା ବ୍ୟକ୍ତି ଗାଜିୟାବାଦରୁ ଗିରଫ

Spread the love

ଗାଜିୟାବାଦ : ଉତର ପ୍ରଦେଶର ଗାଜିୟାବାଦ ଜିଲ୍ଲାର ଥାନା କ୍ରସିଂ ରିପବ୍ଲିକ ପୋଲିସ୍ ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଏକ କର୍ମଚାରୀକୁ ଗୁଇନ୍ଦାଗିରି  ଅଭିଯୋଗରେ ଗିରଫ କରିଛି । ଅର୍ଥ ମନ୍ତ୍ରାଳୟରେ ଏମ୍‌ଟିଏସ୍ ରୂପରେ କାର୍ଯ୍ୟରତ ନବୀନ ପାଳ ନାମରେ ଏହି କର୍ମଚାରୀ ଉପରେ ଅଭିଯୋଗ  ରହିଛି ଯେ ସେ ବିଦେଶ ମନ୍ତ୍ରାଳୟ ଏବଂ ଜି-୨୦ ବୈଠକ ସହ ସମ୍ବନ୍ଧିତ ମହତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନ ସ୍ଥିତ କରାଚିର ଏକ ବ୍ୟକ୍ତିକୁ ୱାଟର୍ସଅପ୍ ଜରିଆରେ ପଠାଇଛି ।

ଏସିପି ରବିପ୍ରକାଶ ସିଂହ ସାମ୍ବାଦିକଙ୍କୁ କହିଛନ୍ତି ଯେ ଯାଞ୍ଚ ସମୟରେ ପୋଲିସ୍‌କୁ ଅଭିଯୁକ୍ତ ନବୀନ ପାଲଙ୍କ ମୋବାଇଲ ଫୋନ୍‌ରେ ବିଦେଶ ମନ୍ତ୍ରାଳୟ ଏବଂ ଜି-୨୦ ସହିତ ଜଡିତ କେତେକ କାଗଜପତ୍ର ମଧ୍ୟ ମିଳିଛି । ଏ ସମସ୍ତ କାଗଜପତି ମୋବାଇଲ୍ ସିକ୍ରେଟ ନାମରେ ସେବ କରାଯାଇଥିଲା । ଯାଂଚ ସମୟରେ ଜଣାପଡ଼ିଛି ଯେ ନବୀନ ପାଲ ସୋସିଆଲ୍ ମିଡିଆ ଜରିଆରେ ଏକ ମହିଳାର ସମ୍ପର୍କରେ ଆସିଥିଲା । ପୁଣି ସେ ତା’ ସହିତ ୱାଡର୍ସଅପ୍ ଜରିଆରେ କଥା ହେବାକୁ ଲାଗିଥିଲା ।

Leave a Reply

Your email address will not be published. Required fields are marked *