ପୁଞ୍ଚରେ ଭାରି ଗୁଳିମାଡ

Spread the love

ପୁଞ୍ଚ: ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟର ବାଲାକୋଟରେ ଏକାଧିକ ଗୁଳିମାଡ ହୋଇଛି। ୧୨ ବୋର ବନ୍ଧୁକରୁ ଏହି ଗୁଳିମାଡ ସୋମବାର ଦିନ ହୋଇଛି। ଗୁଳିମାଡ ଖବର ପାଇଁ ତତ୍କ୍ଷଣାତ୍ ସେଠାକୁ ଅଧିକାରୀ ଯାଇ ଏହାର ଯାଞ୍ଚ କରିବା ସହ କାର ଓ ସ୍ଥାନୀୟ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନରେ ଲାଗିଯାଇଥିଲେ।
ପୁଲିସ ଅନୁମାନ କରୁଛି କି, ଏହି ଗୁଳିମାଡ ୧୨ ବୋର ବନ୍ଧୁକରୁ କରାଯାଇଛି। ଏଥିରେ ସାଧାରତଃ ବନ୍ୟ ପଶୁଙ୍କ ଶିକାର କରାଯାଇଥାଏ, ଯେଉଁମାନେ ଫସଲ ନଷ୍ଟ କରିବାକୁ ଆସିଥାନ୍ତି। ତଥାପି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ।

Leave a Reply

Your email address will not be published. Required fields are marked *