ଦିବା ସ୍ୱପ୍ନ ଦେଖିବା ବନ୍ଦ କରୁ ମୁସଲିମ ଲିଗ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ – ଡ. ସୁରେନ୍ଦ୍ର ଜୈନ

Spread the love

ନୂଆଦିଲ୍ଲୀ : କେରଳରେ ମୁସଲିମ ଲିଗ ଦ୍ୱାରା ମୋପଲା ଆକ୍ରମଣ ପୁଣି କରିବାକୁ ଚେତାବନୀ ଦେବା ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଶ୍ୱ ହିନ୍ଦୁ ପରିଷଦ ।

ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସହ ମହାମନ୍ତ୍ରୀ ଡ. ସୁରେନ୍ଦ୍ର ଜୈନ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମୁସଲିମ ଲିଗ ଏକ ଶୋଭାଯାତ୍ରା ବାହାର କରି କେରଳରେ ପୁଣି ଥରେ ହିନ୍ଦୁ ମାନଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛି । ମୁସଲିମ ଲିଗ ଏହି ଦିବା ସ୍ୱପ୍ନରୁ ବାହାରକୁ ଆସୁ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ କେରଳର କ୍ଷମତାସୀନ ଦଳ ମାନଙ୍କର ନୀରବତା ଚିନ୍ତାଜନକ ବୋଲି ସେ କହିଛନ୍ତି । ମୁସଲିମ ଲିଗ ବିରୁଦ୍ଧରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *