ତେଲେଙ୍ଗାନାରେ ଗୁପଚୁପ ଖାଇ ଅସୁସ୍ଥ

Spread the love

ଆଜିର ଯୁବପୀଢି ଚଟପଟା ବେଶ ଖାଉଥିବା ଦେଖିବାକୁ ମିଳୁଛି। ସେହି ଚଟପଟା ଖାଦ୍ୟ ଭିତରୁ ଗୁପଚୁପ ଶୁଣିଲେ ପାଟିରୁ ଲାଳ ବାହାରେ। ଖାଇବାକୁ ସାଙ୍ଗେସାଙ୍ଗେ ଇଛା ହୁଏ। ହେଲେ ଏବେ ବର୍ଷା ଋତୁ ଚାଲୁଥିବାରୁ ରୋଗ ବଢିବାର ଆଶଙ୍କା ମଧ୍ୟ ରହୁଛି। ତେବେ ଏହାରି ଭିତରେ ତେଲେଙ୍ଗାନାରେ ଗୁପଚୁପ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ହଠାତ ଟାଇଫଏଡ ରୋଗରେ ବୃଦ୍ଧି ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀନିବାସ ରାଓ କହିଛନ୍ତି ଯେ ରାସ୍ତାକଡରେ ବିକ୍ରି ହୋଇଥିବା ଗୁପଚୁପ ଖାଇବା ଦ୍ୱାରା ଲୋକମାନେ ଅସୁସ୍ଥ ହୋଇପଡିଛନ୍ତି। ତେଣୁ ବର୍ଷାରେ ରାସ୍ତାକଡରେ ମିଳୁଥିବା ଗୁପଚୁପ ନ ଖାଇବାକୁ ଅନୁରୋଧ କରିଛନ୍ତି।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *