ରାଷ୍ଟ୍ରୀୟ ଶିକ୍ଷା ନୀତିର ଲକ୍ଷ୍ୟ ଭାରତକୁ ଅନୁସନ୍ଧାନ ଓ ନବ ସୃଜନର କେନ୍ଦ୍ର କରିବା – ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ଭାରତକୁ ଅନୁସନ୍ଧାନ ଓ ନବ ସୃଜନର କେନ୍ଦ୍ର କରିବା ହେଉଛି ନୂତନ ଶିକ୍ଷା ନୀତି ୨୦୨୦ର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରି ସେ ଏହା କହିଛନ୍ତି । । ଜାତୀୟ ଶିକ୍ଷା ନୀତି ୨୦୨୦ର ୩ୟ ବାର୍ଷିକୀ ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଶିକ୍ଷା ନିକଟରେ ହିଁ ଦେଶର ଭାଗ୍ୟ ବଦଳାଇବାର କ୍ଷମତା ରହିଛି । ଆଜି ଏକବିଂଶ ଶତାବ୍ଦୀରେ ଭାରତ ଯେଉଁ ଲକ୍ଷ୍ୟକୁ ସାମନାରେ ରଖି ଆଗକୁ ବଢୁଛି, ସେଥିରେ ଆମର ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଖୁବ ଅଧିକ ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପାରମ୍ପାରିକ ଜ୍ଞାନ ପ୍ରଣାଳୀ ଓ ଭବିଷ୍ୟତର ଟେକ୍ନୋଲଜୀକୁ ସମାନ ଗୁରୁତ୍ୱ ଦିଆଯାଇଛି । ଆମର ଶିକ୍ଷା ପ୍ରଣାଳୀ ଆଧୁନିକ ବିଜ୍ଞାନ ଓ ଟେକ୍ନୋଲଜୀରେ ଦେଶରୁ ପ୍ରଗତିର ନେତୃତ୍ୱ କରିବା ସହ ଭାରତର ପରମ୍ପରାକୁ ସଂରକ୍ଷିତ କରୁଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରିମୋଟ ବଟନ ଚିପି ପିଏମ ଶ୍ରୀ ଯୋଜନା ଅନୁସାର ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ସମିତିର ବଛା ବଛା ୬୨୦୭ ସ୍କୁଲକୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଭାବେ ୬୩୦ କୋଟି ଟଙ୍କା ରୁ ଅଧିକ କେନ୍ଦ୍ରୀୟ ରାଶି ହସ୍ତାନ୍ତରିତ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୧୨ଟି ଭାରତୀୟ ଭାଷାରେ ଅନୁବାଦିତ ଶିକ୍ଷା ଓ ଦକ୍ଷତା ପାଠ୍ୟକ୍ରମର ପୁସ୍ତକର ମଧ୍ୟ ଉନ୍ମୋଚନ ମଧ୍ୟ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *